ପଞ୍ଚାୟତ ନିର୍ବାଚନ ଘୋଷଣା ହେଲା ପରେ ଦଳ ଡିଆଁ ନୀତି ଜୋର ଧରିଛି | ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳର ନେତାମାନେ ଟିକେଟ ବଣ୍ଟନରେ ଅସନ୍ତୋଷ ଜାହିର କରି ଦଳୀୟ ପଦ ପଦବୀରୁ ଇସ୍ତଫା ଦେଉଥିବା ଦେଖିବାକୁ ମିଳୁଛି | ଅନେକ ନେତା ସ୍ୱାଧୀନ ପାର୍ଥି ଭାବେ ନିର୍ବାଚନ ଲଢୁଛନ୍ତି । ଏଥିରୁ କଟକ ସଦର ବ୍ଲକ ବାଦ୍ ପଡ଼ିନାହିଁ। ବିଜେପି ମହିଳା ମୋର୍ଚ୍ଚାର କଟକ ଜିଲ୍ଲା ସାଧାରଣ ସମ୍ପାଦିକା ସବିତା ରାଣୀ ଦାସ ଛଅ (୬) ନମ୍ବର ଯୋନ ଜିଲ୍ଲା ପରିଷଦ ଟିକେଟ ନ ମିଳିବାରୁ ଅସନ୍ତୋଷ ଜାହିର କରି ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି | ସେ ସ୍ୱାଧିନ ପାର୍ଥି ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଏହି ଜୋନରେ ସବିତା ରାଣୀ ଦଳୀୟ ପଦବୀରୁ ଇସ୍ତଫା ଦେଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଥୁବାରୁ ବିଜେପି, ବିଜେଡିର କଣ୍ଟା ସାଜିପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସ୍ୱାଧୀନ ଭାବେ ଲଢ଼ି ନିର୍ବାଚନ ବୈତରଣୀ ପାର ହେବାରେ ସକ୍ଷମ ହେବେ ନା ଦଳୀୟ ପଦବୀରୁ ଇସ୍ତଫା ଦେଇଥିବାରୁ ପଶ୍ଚତାପ କରିବେ ତାହା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡିବ ବୋଲି ଆଲୋଚନା ହେଉଛି |