ଯୁଦ୍ଧ ଭିତରେ ଆସିଛି ଏକ ବଡ ଖବର | କଣ ବନ୍ଦ ହୋଇଯିବକି ଋଷ -ୟୁକ୍ରେନ ଯୁଦ୍ଧ | ସାମୟିକ ଭାବେ ୟୁକ୍ରେନରେ ଯୁଦ୍ଧ ବିରତି ଲାଗୁ କରିଛି ଋଷ | ୟୁକ୍ରେନର ୨ଟି ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା କରାଯାଇଛି | ଯୁଦ୍ଧରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଋଷ ଯୁଦ୍ଧ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଭାରତୀୟ ସମୟ ଅନୁଯାୟୀ, ସକାଳ ୧୧.୩୦ ରେ ଋଷ ସେନାମାନେ କରିଛନ୍ତି ଅସ୍ତ୍ରବିରତି । କୁହାଯାଇଛି ଯେ ଯେପର୍ଯ୍ୟନ୍ତ ଏଠାରେ ଫସି ରହିଥିବା ଲୋକଙ୍କୁ ବାହାରକୁ ନିଆଯାଇ ନାହିଁ, ସେପର୍ଯ୍ୟନ୍ତ ଆକ୍ରମଣ କରାଯିବ ନାହିଁ।
ଘନଘନ ବୋମା ବର୍ଷଣ ଯୋଗୁ ସେମାନେ ସୁରକ୍ଷିତ ସ୍ଥାନକୁ ଯାଇ ପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଦୁଇଟି ସହର ମାରିଅପୋଲ ଏବଂ ଭଲନୋଭାଖାରେ ଅସ୍ତ୍ରବିରତି ଲାଗୁ କରିଛି ରୁଷ | ସେଠାରେ ଅନେକ ବାହାର ଦେଶର ଲୋକ ଫସି ରହିଛନ୍ତି | ବିଶେଷକରି ଭାରତୀୟ ଛାତ୍ରମାନେ ସେଠାରେ ଫସିକି ଅଛନ୍ତି | ଏଭଳି ପରିସ୍ଥିତିରେ ସେଠାରେ ଥିବା ଭାରତୀୟଙ୍କ ପାଇଁ ଖୁସି ଖବର | ଏହି ଅସ୍ତ୍ର ବିରତି ସମୟରେ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସୁଯୋଗ ପାଇବେ।