ଆରମ୍ଭ ହୋଇଯାଇଛି ମହା ଯୁଦ୍ଧ | ଋଷ ୟୁକ୍ରେନ ଉପରେ କରିଛି ଆକ୍ରମଣ | ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସାମରିକ ଅପରେସନ ଆରମ୍ଭ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଋଷ କାହିଁକି ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଚାହୁଁଛି ? ଦୁଇ ଦେଶ ମଧ୍ୟରେ କଣ ରହିଛି ଶତ୍ରୁତା ? ଆମେରିକା କାହିଁକି ୟୁକ୍ରେନକୁ କରୁଛି ସମର୍ଥନ ? ଚାଲନ୍ତୁ ଜାଣିବା କଣ ରହିଛି କାରଣ |
https://youtu.be/W596mdD8gPU
ଋଷ ଏବଂ ୟୁକ୍ରେନମଧ୍ୟରେ ଚାଲିଥିବା ବିବାଦର ମୂଳ କାରଣ ନାଟୋ ବୋଲି କୁହାଯାଉଛି। ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ନାଟୋ କଣ ? ନାଟୋର ଅର୍ଥ ହେଲା ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ | ଯାହା ୧୯୪୯ ରେ ଆରମ୍ଭ ହୋଇଥିଲା | ୟୁକ୍ରେନ ନାଟୋରେ ସାମିଲ ହେବାକୁ ଚାହୁଁଥିବାବେଳେ ଋଷ ଏହାକୁ ବିରୋଧ କରୁଛି । ଋଷ ଅନୁଭବ କରୁଛି ଯେ ଯଦି ୟୁକ୍ରେନ ନାଟୋରେ ସାମିଲ ହୁଏ, ତେବେ ନାଟୋ ଦେଶର ସୈନିକମାନେ ଆସି ଋଷ ସୀମାରେ ଡେରା ପକାଇବେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ନାଟୋ ଉପରେ ଋଷର କାହିଁକି ଏତେ ରାଗ ? ଏହାକୁ ବୁଝିବା ପାଇଁ ଆପଣଙ୍କୁ ପ୍ରଥମେ ନାଟୋ କ’ଣ ବୁଝିବା ଆବଶ୍ୟକ? ଦ୍ୱିତୀୟ ବିଶ୍ୱଯୁଦ୍ଧ୧୯୩୯ ରୁ ୧୯୪୫ ମଧ୍ୟରେ ହୋଇଥିଲା | ଏହା ପରେ ସୋଭିଏତ୍ ସଙ୍ଘର ପୂର୍ବ ୟୁରୋପର ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ମନା କରିଦେଲା | ୧୯୪୮ ରେ ବର୍ଲିନ୍ କୁ ମଧ୍ୟ ଅବରୋଧ କରିଦେଲା। ଏହା ପରେ, ସୋଭିଏତ୍ ସଙ୍ଘର ବିସ୍ତାରବାଦୀ ନୀତି ବନ୍ଦ କରିବାକୁ ଆମେରିକା ୧୯୪୯ ରେ ନାଟୋ ଆରମ୍ଭ କଲା | ଯେତେବେଳେ ନାଟୋ ଗଠନ ହେଲା, ଏହାର ୧୨ ସଦସ୍ୟ ଦେଶ ଥିଲା ଜ୍ଝ ଯେଉଁଥିରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, କାନାଡା, ଇଟାଲୀ, ନେଦରଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ବେଲଜିୟମ, ଲକ୍ସେମବର୍ଗ, ନରୱେ, ପର୍ତ୍ତୁଗାଲ ଏବଂ ଡେନମାର୍କ ଅନ୍ତର୍ଭୁକ୍ତ | ଆଜି ନାଟୋରେ ୩୦ ଟି ଦେଶ ରହିଛି |
ଆସନ୍ତୁ ଜାଣିବା ଋଷ କାହିଁକି ୟୁକ୍ରେନକୁ ବିରୋଧ କରୁଛି ? ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ବିଶ୍ୱରେ ଦୁଇଟି ସୁପର ପାୱାର୍ ଗଠନ ହୋଇଥିଲା | ଗୋଟିଏ ଥିଲା ଆମେରିକା ଏବଂ ଗୋଟିଏ ସୋଭିଏତ୍ ୟୁନିଅନ୍ | ୨୫ ଡିସେମ୍ବର ୧୯୯୧ରେ ସୋଭିଏତ୍ ୟୁନିଅନ୍ ଭାଙ୍ଗିଗଲା | ସୋଭିଏତ୍ ୟୁନିଅନ ବିଚ୍ଛିନ୍ନ ହେବା ପରେ ଆମେରିକା ଦୁନିଆର ଏକମାତ୍ର ସୁପର ପାୱାର୍ ହୋଇଗଲା |ଆମେରିକାର ନେତୃତ୍ୱାଧୀନ ନାଟୋ ଏହାର ପରିସର ବିସ୍ତାର କରିବାରେ ଲାଗିଲା। ସୋଭିଏତ୍ ୟୁନିଅନ୍ ଠାରୁ ବିଚ୍ଛିନ୍ନ ହୋଇଥିବା ଦେଶଗୁଡିକ ନାଟୋର ସଦସ୍ୟ ହେବାକୁ ଲାଗିଲେ | ନାଟୋର ସମ୍ପ୍ରସାରଣକୁ ଋଷର ରାଷ୍ଟ୍ରପତି ପୁଟିନ ବିରୋଧ କରିଆସୁଛନ୍ତି । ଋଷର ସୀମାନ୍ତରେ ଥିବା ଇଷ୍ଟୋନିଆ, ଲାଟଭିଆ, ଲିଥୁଆ ଏବଂ ତୁର୍କୀ ନାଟୋର ସଦସ୍ୟ । ଯଦି ୟୁକ୍ରେନ ମଧ୍ୟ ନାଟୋରେ ସାମିଲ ହୁଏ ତେବେ ଋଷ ସମ୍ପୂର୍ଣ୍ଣ ଭାବରେ ଘେରି ହୋଇ ରହିବ | ଯାହା ଋଷ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ପୁଟିନ ଆଶଙ୍କା ପ୍ରକାଶ କରିଛନ୍ତି |