ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଗାଲପଡା ସ୍ଥିତ ରୁଙ୍ଗଟା ମାଈନିସି ଲିଃ ବିରୋଧ ରେ ଆଜି ହିନ୍ଦୋଳ ଉପଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କଲେ ଝାଡାବନ୍ଧ, ଗାଲପଡା ଓ ତର୍କାବେଡା ଗ୍ରାମର ଜମିହରା ପ୍ରଜା ମାନେ l
ଜମିହରା ପ୍ରଜା ମାନଙ୍କ କହିବା ମୁତାବକ ବିଗତ 2006 ମସିହା ଠାରୁ ରୁଙ୍ଗଟା ମାଈନିସି ଲିଃ ସେମାନଙ୍କର ଉର୍ବର ଚାଷ ଜମି କୁ ଶାଗ ମାଛ ଦରରେ ଅଧିଗ୍ରହଣ କରି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ସେମାନଙ୍କୁ ମିଳିନି l ଜମି ହରା ପ୍ରଜା ମାନେ କୁହନ୍ତି ଯେ କମ୍ପାନୀ ର ବୁଝାମଣା ପତ୍ର ଅନୁଯାଇ କମ୍ପାନୀ କତୃପକ୍ଷ ଜିଲ୍ଲା ପ୍ରଶାସନ ଓ ଜମିହରା ପ୍ରଜା ମାନଙ୍କ ସହ ବର୍ଷ ରେ ଥରେ RPTC ବୈଠକ ବସିଥାଏ ଓ ସେମାନଙ୍କର ଦାବୀ ଓ ସୁବିଧା ସୁଯୋଗ ବିଷୟରେ ଆଲୋଚନା ହୋଇ ଥାଏ, ହେଲେ ଆଜକୁ ଦଶ ବର୍ଷ ହେବେ କୌଣସି RPTC ବୈଠକ ହୋଇ ନାହିଁ l ଏପଟେ ଜମିହରା ପ୍ରଜାମାନେ ଅଭିଯୋଗ ଆଣନ୍ତି ଯେ ପ୍ରଶାସନ ଓ କମ୍ପାନୀ ର ମଧୁଚନ୍ଦ୍ରିକା ସମ୍ପର୍କ ପାଇଁ ଆଜି ସେମାନେ ଜମି ହରାଇ ମଧ୍ୟ ସମସ୍ତ ସୁବିଧା ରୁ ବଞ୍ଚିତ ହେଉଛନ୍ତି l ଏ ବାବଦ ରେ କିଛି ଅଧିକା ସୂଚନା ପାଇଁ ଆମେ ରୁଙ୍ଗଟା ମାଈନିସି ଲିଃ HR ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇନଥିଲା l
ବର୍ତମାନ ଜମି ହରା ପ୍ରଜାମାନେ କୁହନ୍ତି ଯେ ସେମାନଙ୍କର ବୁଝାମଣା ପତ୍ର ଅନୁସାରେ ତାଙ୍କୁ ଯଥା ଶୀଘ୍ର ସମସ୍ତ ସୁବିଧା ସୁଯୋଗ ଯୋଗାଇ ନଦେଲେ ସେମାନେ ରୁଙ୍ଗଟା ମାଈନିସି ଲିଃ ଆଗରେ ଗଣ ଧାରଣ ଦେବେ ।