ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନା କିଛି ଟ୍ରେଣ୍ଡ ଦେଖିବାକୁ ମିଳୁଛି। କେତେବେଳେ ଅଭିନେତା,ଅଭିନେତ୍ରୀ ଙ୍କୁ ନେଇ ତ, ଆଉ କେତେବେଳେ ଫିଲ୍ମ କୁ ନେଇ। ତେବେ ନିକଟ ଅତୀତରେ ରିଲିଜ୍ ହୋଇଥିବା ଗଙ୍ଗୁବାଇ, ଦ କାଶ୍ମୀର ଫାଇଲ କୁ ନେଇ ବିବାଦ ଦେଖାଯାଇଥିବା ବେଳେ ପୁଣି ଏବେ ଚର୍ଚ୍ଚାକୁ ଆସିଛି ଦକ୍ଷିଣ ଭାରତର ରଜମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘RRR’ କୁ ନେଇ। ନେତାଜୀ ସୁଭାଷ ବୋଷ ଓ ରସଗୋଲାକୁ ନେଇ ଅନେକ ଦିନରୁ ବିବାଦ ଲାଗି ରହିଛି | ଏହି ଦୁଇଟି ପ୍ରସଙ୍ଗରେ ଦୀର୍ଘଦିନ ଧରି ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଲାଗି ରହିଚି। ଏବେ ଏହି ବିବାଦକୁ ଅଧିକ ତେଜାଇଚି ‘RRR’ ଫିଲ୍ମ୍। ଏହି ଚଳଚ୍ଚିତ୍ରରେ ନେତାଜୀଙ୍କୁ କୋଲକାତାର ବୋଲି ଦର୍ଶାଯାଇଛି।ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ନେତାଜୀଙ୍କୁ ଭଲପାଉଥିବା ଓଡ଼ିଆ ମାନେ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ଟୁଇଟର ଜରିଆରେ ରାଜା ମୌଲିକଙ୍କୁ ପ୍ରଶ୍ନ କରିଛନ୍ତି ଓଡ଼ିଆ | ଆପଣ କେମିତି ଜାଣିଲେ ନେତାଜୀ କଲିକତାର ବୋଲି ପ୍ରଶ୍ନ ପଚାରିଛନ୍ତି ଓଡ଼ିଶାବାସୀ ??? ଏହିପରି ଅନେକ ପ୍ରଶ୍ନ ସୋସିଆଲ ମିଡିଆରେ ଟ୍ରୋଲ ହେଉଛି |
ତେବେ ଆପଣ ସମସ୍ତେ ଜାଣିଥିବେ ଭାରତୀୟ ସ୍ଵାଧୀନତା ସଂଗ୍ରାମର ବିରଯୋଦ୍ଧା ବା ପୁଙ୍ଗବ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ କଟକ ରେ। ଓଡିଆ ବଜାର ସ୍ଥିତ ତାଙ୍କ ପୈତୃକ ବାସଭବନ ଏବେ ବି ନେତାଜୀଙ୍କ ସ୍ମୃତିକୁ ଜୀବନ୍ତ ରଖିଛି।ତାଙ୍କ ବଲ୍ୟ ଠୁ ଯୌବନ କରିଛି କଟକର ପାଣି ପବନରେ।ଏହିଠାରୁ ହିଁ ତାଙ୍କ ଭିତରେ ସଂଗ୍ରାମୀର ବହ୍ନି ଜଳିଚି।କଟକ ମାଟିରେ ଛୋଟରୁ ବଡ ହୋଇ ସାରା ବିଶ୍ୱରେ ନିଜର ଛାପା ଛାଡିଥିବା ଏଵଂ ବ୍ରିଟିଶ ସରକାରଙ୍କ ନିଦ ହଜାଇଦେଇଥିବ ନେତାଜୀ ହେଉଛନ୍ତି ଓଡ଼ିଶାର।ଏମିତିକି Wikipedia ରେ ମଧ୍ୟ ନେତାଜୀଙ୍କ ଜନ୍ମ କଟକରେ ବୋଲି ଦର୍ଶାଯାଇଛି|
କିନ୍ତୁ ନେତାଜୀ ଯେ ପଶ୍ଚିମବଙ୍ଗର ସେ ନେଇ କୋଲକାତା ବାସି ସବୁବେଳେ ଦାବି କରିଆସୁଛନ୍ତି।ଏନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିବା ବେଳେ ସଦ୍ୟ ରିଲିଜ୍ ଚଳଚ୍ଚିତ୍ର ‘RRR’ ରେ ନେତାଜୀଙ୍କୁ କୋଲକାତା ସୋଲେ ବୋଲି ଦର୍ଶାଯାଇଛି।ଯାହାକୁ ଓଡ଼ିଶାବାସୀ ଆଦୌ ଗ୍ରହଣ କରିପାରିନାହାନ୍ତି।ଫିଲ୍ମ୍ ରିଲିଜ୍ ହେବାର ଦୁଇଦିନ ମଧ୍ୟରେ ବକ୍ସ ଅଫିସରେ ୩୫୦ କୋଟି ଟଙ୍କାର ବ୍ୟବସାୟ କରି ମାଇଲ ଖୁଣ୍ଟ ସ୍ଥାପନ କରିଥିବା ଏହି ଚଳଚ୍ଚିତ୍ର ରେ ଶୋଲେ ଶୀର୍ଷକ ଗୋଟିଏ ଗୀତ ରହିଛି।ଭାରତର ବିଭିନ୍ନ ରାଜ୍ୟର ବୀର ଯୋଦ୍ଧାଙ୍କ ଫଟୋ ସହିତ ସେମାନଙ୍କର ସଂପୃକ୍ତି ରାଜ୍ୟର ସୋଲେ ବୋଲି କୁହାଯାଉଛି।ଏଥିରେ ସର୍ଦ୍ଦାର ବଲଭ ଭାଇ ପଟେଲଙ୍କୁ ( ଗୁଜୁରାଟ ର ସୋଲେ) ଭଗତ ସିଂହ ଙ୍କୁ ପଞ୍ଜାବର ସୋଲେ ଭଳି ନେତାଜୀଙ୍କୁ କୋଲକାତା ସୋଲେ ବୋଲି କୁହାଯାଇଛି।ଯାହାକୁ ନେଇ ବିବାଦ ଉପୁଜିଛି।ଏନେଇ ସାଧାରଣରେ ପ୍ରଶ୍ନ ଉଠୁଛି ଏଭଳି ଗବେଷଣା ଫିଲ୍ମ୍ ଆମ ଦେଶ ପାଇଁ ଗୌରବ କିନ୍ତୁ ଏହାକୁ ଅଧିକ ରୁ ଅଧିକ ଗବେଷଣା କରିଲେ ଏଭଳି ବିବାଦ ଦେଖାଯିବନି।ଏବଂ ନେତାଜୀ ସବୁବେଳେ ଓଡିଶାର ବୋଲି ପରିଚୟ ଦେଇ ଆସିଛନ୍ତି।କେବଳ ସୋସିଆଲ ମିଡିଆରେ ସୀମିତ ନରହି ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଜରୁରୀ।ନେତାଜୀ ଓଡିଶାର ସମ୍ପଦ ତେଣୁ ତାଙ୍କୁ ନେଇକି ଏପରି ବିବାଦ ସୃଷ୍ଟି କରିବା ଗ୍ରହଣୀୟ ନୁହେଁ ବୋଲି ନେତାଜୀଙ୍କୁ ନେଇ ଗବେଷଣା କରୁଥିବା ଅନିଲ ଧର କହିଛନ୍ତି।