ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାହୁଲ ଗାନ୍ଧୀଙ୍କ ନିକଟତର ଆରପିଏନ ସିଂ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସେ ଆଜି ହିଁ କଂଗ୍ରେସରୁ ଇସ୍ତଫା ଦେଇଥିଲେ | କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନେତାଙ୍କ ଉପସ୍ଥିତିରେ ଆରପିଏନ୍ ସିଂ ବିଜେପିରେ ଯୋଗ ଦେଇଛନ୍ତି । ଆରପିଏନ୍ ସିଂ ବିଜେପି ଟିକେଟରେ ପଡରୋୖନା ଆସନରୁ ସ୍ୱାମୀ ପ୍ରସାଦ ମୋୖର୍ଯ୍ୟଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହେଉଛି |
ବିଜେପିରେ ଯୋଗଦେବା ପରେ ଆରପିଏନ୍ ସିଂ କହିଛନ୍ତି ଯେ, କିଛି ବର୍ଷ ମଧ୍ୟରେ ଆମର ପ୍ରଧାନମନ୍ତ୍ରୀ ମୋଦୀ ପ୍ରାଚୀନ ସଂସ୍କୃତିକୁ ଏକବିଂଶ ଶତାବ୍ଦୀ ସହିତ ଯୋଡି ଦେଶ ଗଠନରେ ଯେଉଁ କାର୍ଯ୍ୟ କରିଛନ୍ତି ତାକୁ ସମଗ୍ର ଦେଶ ପ୍ରଶଂସା କରୁଛି । ସେ କାହିଁଛନ୍ତି ମୁଁ 32 ବର୍ଷ ଧରି ଗୋଟିଏ ଦଳରେ ରହିଥିଲି | କିନ୍ତୁ ବର୍ତ୍ତମାନ ମୁଁ ଏକ ଛୋଟ କାର୍ଯ୍ୟକର୍ତା ଭାବରେ ଦେଶ ପାଇଁ କାର୍ଯ୍ୟ କରିବାକୁ ଚାହୁଁଛି | ଆରପିଏନ୍ ସିଂ ଟ୍ୱିଟ୍ କରି କହିଛନ୍ତି, ‘ଆଜି ଯେତେବେଳେ ସମଗ୍ର ଦେଶ ଗଣତନ୍ତ୍ର ଦିବସ ପାଳନ କରୁଛି, ମୁଁ ମୋର ରାଜନୈତିକ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛି। ଜୟ ହିନ୍ଦ। ‘