ଭିଜିଲାନ୍ସ ଜାଲରେ ଅତିରିକ୍ତ ଜିଲ୍ଲାପାଳ | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଏଡିଏମ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଏକ ସମୟରେ ୫ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ମନୋରଞ୍ଜନଙ୍କ ଛେଣ୍ଡ୍ ସ୍ଥିତ ୨ଟି ଘର, କାର୍ଯ୍ୟାଳୟ , ଭୁବନେଶ୍ୱର ଗୋଠପଟାଣାରେ ଥିବା ଅପାର୍ଟମେଣ୍ଟ୍ ଓ ଯାଜପପୁର ଜିଲ୍ଲା କଳିଙ୍ଗନଗରରେ ଥିବା ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ର ଜିଲ୍ଲାର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି। ଵର୍ତ୍ତମାନ ଯାଏ ଭିଜିଲାନ୍ସ କିଛି ସରକାରୀ କାଗଜପତ୍ର ଜବତ କରିବା ସହିତ ବିଶେଷ ତଥ୍ୟ ମିଳିପାରିନାହିଁ। ଏହି ଚଢାଉରେ ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ଜଣେ ଅତିରିକ୍ତ ଏସପିଙ୍କ ସହ ଭିଜିଲାନ୍ସ ବିଭାଗର ୨୫ ଜଣିଆ ଟିମ୍ ସାମିଲ ଅଛନ୍ତି ।