ଆପଣ କେକ୍ ପାଉଁରୁଟି ଆଇଟମ ଖାଉଛନ୍ତି କି ? ଯଦିଓ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ ! ଏକଥା ଶୁଣି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ । କେକ ପାଉଁରୁଟି ଆଦି ମନା କାହିଁକି। କାରଣ ସେଥିରେ ମିଶୁଛି ପଚା ଅଣ୍ଡା । ଆଜି ଏଭଳି କିଛି ଦୃଶ୍ୟ ସାମ୍ନା କୁ ଆସିଛି ସିଲଭରସିଟି କଟକରୁ । ଗୋଟିଏ ଅଟୋରେ 10 କାଟୁନ ପଚା ଅଣ୍ଡା କଟକ ଶାଆନ୍ତସାହି ଅଞ୍ଚଳକୁ ଯାଉଥିବା ବେଳେ ଚଢାଉ କରିଛି ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ । ଘଟଣାସ୍ଥଳରେ ଅଣ୍ଡାର ମାନ ଯାଞ୍ଚ ପରେ ଏହା ସମ୍ପୂର୍ଣ୍ଣ ରୂପେ ଖାଦ୍ୟ ଅନୁପଯୋଗୀ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଫେରାର୍ ଥିବା ଜଣାପଡିଛି । ଏହି ଅଣ୍ଡା ଆଠଗଡ଼ ଏବଂ ଚୌଦ୍ଵାର ଅଞ୍ଚଳରୁ ଆସୁଥିବା ନେଇ ସ୍ପଷ୍ଟ କରିଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ। ବ୍ୟୁରୋ ରିପୋର୍ଟ #NNSODIA