ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଆଗାମୀ ନିର୍ଦ୍ଦେଶକ ଫିଲ୍ମ ‘ରକି ଅର ରାନୀ କି ପ୍ରେମ କାହାନୀ’ର ସୁଟିଂ ଶେଷ ହୋଇଛି। ଏହି ପାରିବାରିକ ଫିଲ୍ମରେ ରଣବୀର ସିଂ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଆଜି ‘ରକି ଅର ରାନୀ କି ପ୍ରେମ କାହାନୀ’ର ପ୍ରଥମ ଲୁକ୍ ମୁକ୍ତିଲାଭ କରିଛନ୍ତି। ୨୦୧୬ର ୟେ ଦିଲ୍ ହେ ମୁସ୍କିଲ୍ ପରଠାରୁ ନିର୍ଦ୍ଦେଶକ ଭାବରେ ଏହା କରଣଙ୍କର ପ୍ରଥମ ଚଳଚ୍ଚିତ୍ର , ଯେଉଁଥିରେ ଅନୁଷ୍କା ଶର୍ମା ଏବଂ ରଣବୀର କପୁର ଅଭିନୟ କରିଥିଲେ।
ଇନଷ୍ଟାଗ୍ରାମରେ ଆଲିଆଙ୍କର ଏହି ଫଟୋ ସେୟାର କରି କରଣ ଲେଖିଛନ୍ତି, “ସାଥୀଗଣ, ରାଣୀ ଆପଣଙ୍କ ହୃଦୟ ଚୋରି କରିବାକୁ ଆସିଛନ୍ତି – ରାନୀଙ୍କୁ ଭେଟନ୍ତୁ!”ପ୍ରଶଂସକମାନେ ତାଙ୍କ ର ଏହି ଲୁକ୍ କୁ ଖବ୍ ପସନ୍ଦ କରିଛନ୍ତି। ଏହାପୂର୍ବରୁ ଗତ ବୁଧବାର ଦିନ କରଣ ‘ରକି ଅର ରାନୀ କି ପ୍ରେମ କାହାନୀ’ର ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ଆଲିଆ ଭଟ୍ଟ , ରଣବୀର ସିଂ, ଧର୍ମେନ୍ଦ୍ର, ଶବାନା ଆଜମୀ ଏବଂ ଜୟା ବଚ୍ଚନ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି।