ଯାଜପୁର(ଏନଏନଏସ୍): ଯାଜପୁର ବ୍ୟାସନଗରରେ ଥିବା ଏକ ଗହଣା ଦୋକାନରୁ ଦିନ ଦ୍ୱିପହରରେ ଲୁଟ୍ । ଗହଣା ଦୋକନ ଭିତରେ କର୍ମଚାରୀଙ୍କୁ ମାଡ ମାରି ବିପୁଳ ପରିମାଣର ଲୁଟ୍ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଦିନ ସାଢେ ୧ଟାରୁ ୨ଟା ଭିତରେ ୭ଜଣ ଡକାୟତ ବନ୍ଧୁକ ଦେଖାଇ ଗହଣା ଦୋକାନ ଭିତରକୁ ପଶିଥିଲେ । ପ୍ରତିବାଦ କରିବାରୁ ଡକାୟତମାନେ ସିକୁ୍ୟରିଟି ଗାର୍ଡର ବନ୍ଧୁକ ଛଡ଼ାଇ ଭାଙ୍ଗି ଦେବା ସହ କର୍ମଚାରୀଙ୍କୁ ମାଡ ମାରି ଲୁଟ୍ କରି ଫେରାର୍ ହୋଇଛନ୍ତି । ଡକାୟତଙ୍କ ମାଡରେ ଦୋକାନର ୨ଜଣ କର୍ମଚାରୀ ଆହତ ହୋଇଛନ୍ତି । କେତେ ଟଙ୍କାର ଗହଣା ଲୁଟ୍ ହୋଇଛି ତାହାର ସ୍ପଷ୍ଟ ସୂଚନା ସାମ୍ନାକୁ ଆସି ନାହିଁ । ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।