କୋଟଗଡ଼ ବ୍ଲକ ସୁବର୍ଣଗିରି ପଞ୍ଚାୟତର ଜାକେସି ରୁ ସାଲ୍କି କୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ କିନ୍ତୁ ଏ ନେଇ ନିରବଦ୍ରଷ୍ଟା ସାଜିଛି ଆର.ଡ଼ି ବିଭାଗ |ଗ୍ରାମବାସୀ ଙ୍କ କହିବାନୁଯାୟୀ ଜାକେସି ଠାରୁ ମାର୍ଲାଙ୍ଗା ପଞ୍ଚାୟତ ଅନ୍ତର୍ଗତ ସାଲକୀ ପର୍ଯ୍ୟନ୍ତ ରାସ୍ତାର ମୋଟ ବ୍ୟୟ ଅଟକଳ ୨କୋଟି ୩୦ଲକ୍ଷ ୧୬ ହଜାର ଟଙ୍କା । କିନ୍ତୁ ରାସ୍ତା ନିର୍ମାଣ ରେ ଦେଖିବାକୁ ମିଳିଛି ନିମ୍ନମାନର କାର୍ଯ୍ୟ । ରାସ୍ତାକାର୍ଯ୍ୟ ବର୍ତମାନ ନିର୍ମାଣଧୀନ, ହେଲେ ନିମ୍ନମାନର କାର୍ଯ୍ୟ ହେଉଥିବା ଜାଣି ବି କୋଟଗଡ ଆର.ଡ଼ି କନିଷ୍ଠ ଯନ୍ତ୍ରୀ ଏବଂ ଏସ.ଡି.ଓ କାର୍ଯ୍ୟର ସଠିକ ତଦାରଖ କରି କାର୍ଯ୍ୟକୁ ବନ୍ଦ କରିବାରେ ଅସମର୍ଥ । ୪.୬୪ କିଲୋମିଟରର ରାସ୍ତାରେ ୬ଗୋଟି ହ୍ୟୁମପାଇପ ଲଗାଇ କଲଭର୍ଟ ନିର୍ମାଣ ହୋଇଛି ଯେଉଁଠି ସିମେଣ୍ଟ ବାଲି ମେଟାଲ ଯେତିକି ପରିମାଣରେ ମିଶିବା କଥା ତାହା ହୋଇ ନାହିଁ ।ହ୍ୟୁମପାଇପ କୁ ହ୍ୟୁମପାଇପ ମିସି ନାହିଁ ।ମେଟାଲ ଜାଗାରେ କୁଣ୍ଡା ପଥର ବୋଲ୍ଡର ରେ କାମ ହେଉଛି ।ଫଳରେ ଜାକେସି ଗ୍ରାମବାସୀ ଅସନ୍ତୋଷ ଜାହିର କରିବା ସହିତ କେନ୍ଦ୍ର ଯୋଜନା ହୋଇଥିବାରୁ ରାଜ୍ୟର ଆର.ଡ଼ି ବିଭାଗ ଚରମ ଅବହେଳା କରୁଛନ୍ତି କି? ବୋଲି ପ୍ରଶ୍ନ ଉଠାଇଛନ୍ତି । ଏହି ଘଟଣା ରେ କୋଟଗଡ ଏସ.ଡି.ଓ କି ଜେଇଙ୍କର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ବିଭାଗ ବାଲିଗୁଡା ଏକଜ୍ଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଦାବି ହୋଇଛି । ସେପଟେ ଠିକାଦାର ବେଧଡକ ଚଳାଇଛନ୍ତି ରାସ୍ତା କାମ ।
#Odisha #NNSODIA