ଏସୀୟକ୍ରୀଡା ଜଗତରେ ୪ ଥର ସ୍ୱର୍ଣ ପଦକ ଜିତି ଦେଶକୁ ଗର୍ବିତ କରିଥିବା ଦ୍ରୁତତମ ଧାବକ ତଥା ଫ୍ଲାଇଂଜଟ୍ ଭାବେ ସାରା ଦେଶରେ ପରିଚିତ ମିଲଖା ସିଂ ଏବଂ ଭଲିବଲ୍ ରାଣୀ ଭାବେ ଜଣାଶୁଣା ତାଙ୍କ ପତ୍ନୀ ନିର୍ମଲ କୌର ଆଜି ଆମ ଗହଣରେ ନାହାନ୍ତି । ପ୍ରଥମେ ସ୍ତ୍ରୀ ଏବଂ ପରେ ପରେ ସ୍ୱାମୀ । ମାତ୍ର ୫ ଦିନ ବ୍ୟବଧାନରେ ଆରପାରିକୁ ଚାଲିଗଲେ ଉଭୟ ମିଲ୍ଖା ସିଂ ଏବଂ ପତ୍ନୀ ନିର୍ମଲ କୌର । ଖେଳ ପଡିଆରୁ ହିଁ ଆରମ୍ଭ ହୋଇଥିଲା ଦୁହିଁଙ୍କର ପ୍ରେମ କାହାଣୀ । ପରିବାରର ବିରୋଧ ସତ୍ତ୍ୱେ ୧୯୬୨ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅନେକ ଥର ମିଲ୍ଖାସିଂ ନିଜ ପତ୍ନୀଙ୍କୁ ନିଜର ଶକ୍ତି ବୋଲି ବିବେଚନା କରିଛନ୍ତି । କିନ୍ତୁ କୋରୋନାରେ ଆକ୍ରାନ୍ତ ହେବା ଫଳରେ ଉଭୟ ୮୫ବର୍ଷ ବୟଷ୍କ ନିର୍ମଲ କୌର ଏବଂ ୯୧ ବର୍ଷ ବୟଷ୍କ ମିଲଖା ସିଂ ଚଣ୍ଡିଗଡ ସ୍ଥିତ ପିଜିଆଇଏମ୍ଇଆର ହସ୍ପିଟାଲ୍ରେ ମୃତ୍ୟୁ ବରଣ କରିଛନ୍ତି ।