ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୭.୦୩): କିଛିଦିନ ତଳେ ବିଶ୍ୱରେ ଜଳ ସଂକଟ ଉପୁଜିବା ନେଇ ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ଚିନ୍ତା ବଢିଥିବା ବେଳେ ପୁଣି ଏକ ଖବର ଚିନ୍ତାକୁ ବଢ଼ାଇ ଦେଇଛି । ଜଳବାୟୁ ସଂକଟ କାରଣରୁ ଭବିଷ୍ୟତରେ ଦେଶରେ ଚାଉଳ, ଗହମ ଏବଂ ମକା ଉତ୍ପାଦନରେ ସଂକଟ ଦେଖାଯିବା ନେଇ ଖବର ପ୍ରକାଶ ପାଇଛି । କେବଳ ଯେ ଚାଉଳ ଗହମକୁ ନେଇ ସଂକଟ ଦେଖାଯିବ ତା ନୁହେଁ । ଫଳ ଏବଂ ପନିପରିବା ଚାଷ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ । କାହିଁକି ନା ଯେଉଁଭଳି ଭାବରେ ଅଚାନକ ପାଣିପାଗରେ ପରିବର୍ତ୍ତନ ଆସୁଛି । ତାକୁ ଦୃଷ୍ଟିରେ ରଖିଲେ ଆଗକୁ ଦେଶରେ ଖାଦ୍ୟ ଶସ୍ୟ କୁ ନେଇ ବଡ ସଂକଟ ଦେଖାଦେଇପାରେ ବୋଲି ଆକଳନ କରାଯାଇଛି ।