ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ଆଜି ହୋଇଛି ବଡ଼ ଖୁଲାସା | ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀଙ୍କୁ ଗିରଫ କରିଛି ପୋଲିସ | ନିରଞ୍ଜନ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଡାଇରେକ୍ଟର ଥିଲେ। ହତ୍ୟାକାଣ୍ଡ ପଛରେ ନିରଞ୍ଜନ ଯୋଜନା କରିବା ଠାରୁ ଆରମ୍ଭ କରି ଷଡ଼ଯନ୍ତ୍ରକୁ ରୂପ ଦେବା ଯାଏଁ ସବୁଥିରେ ପ୍ରଛନ୍ନ ଭୁମିକା ଥିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଏସ୍ପି ଯତୀନ ପଣ୍ଡା | ରଂଜନ ନାୟକ ନାମକ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସେମାନଙ୍କ ମେଡିକାଲ୍ ଚେକ୍ଅପ୍ ପରେ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସ୍ପି।
ଭଦ୍ରକ ଅତିରିକ୍ତ ଏସ୍ପିଙ୍କ କହିବା ଅନୁସାରେ ମାନସ ହତ୍ୟାରେ ନିରଞ୍ଜନ ସେଠୀଙ୍କ ସଂପୂର୍ଣ୍ଣ ଭୂମିକା ରହିଛି। ହତ୍ୟା ଯୋଜନା, ମାଡ଼ ମାରିବା, ଶବ ପୋତିବାରେ ରହିଛି ତାଙ୍କ ସମ୍ପୃକ୍ତି । ତେବେ କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାରେ ଏଯାଏଁ ୫ଜଣ ଗିରଫ ହୋଇଛନ୍ତି | କିନ୍ତୁ ଏବେ ବି ଫେରାର ଅଛନ୍ତି ୱେବ୍ ପୋର୍ଟାଲ୍ ମାଲିକାଣୀ ତଥା ମୁଖ୍ୟ କାର୍ପେଟଦାର ଶର୍ମିଷ୍ଠା ରାଉତ । ଶର୍ମିଷ୍ଠାଙ୍କୁ ଏବେ ବି ଖୋଜୁଛି ପୋଲିସ୍ । ଶର୍ମିଷ୍ଠା ରାଉତ ଏବେ କେଉଁଠି ଅଛନ୍ତି ତାକୁ ନେଇ ଚାଲିଛି ଅନୁଧ୍ୟାନ | ଶର୍ମିଷ୍ଠାଙ୍କ ସହ ତାଙ୍କର ଜଣେ ମହିଳା ସହଯୋଗୀଙ୍କୁ ମଧ୍ୟ ଖୋଜା ଚାଲିଛି ବୋଲି କହିଛି ପୋଲିସ ।