ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା ବାବଦଭର ଓଡ଼ିଶା ୨୦୨୩ ମସିହା ନଭେମ୍ବର ମାସରେ ୨୭୯୧.୪୫ କୋଟି ଟଙ୍କା ସଂଗ୍ରହ କରିଛି , ଯାହା କି ଏ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ । ଗତ ବର୍ଷ ନଭେମ୍ବର ମାସ ଏହି ସଂଗ୍ରହ ପରିମାଣ ଥିଲା ୧୩୯୦.୩୬ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ଓଡ଼ିଶା ୧୦୦.୭୭ ପ୍ରତିଶତ ଉଲ୍ଲେଖନୀୟ ବୃଦ୍ଧି ହାର ହାସଲ କରିଛି ।
ଚଳିତ ଆର୍ଥିକ ବର୍ଷ ନଭେମ୍ବର ମାସ ସୁଦ୍ଧା ରାଜ୍ୟ ଜିଏସଟି ସଂଗ୍ରହ ପରିମାଣ ୧୪୯୧୩.୧୬ କୋଟି ଟଙ୍କା ପହଞ୍ଚିଥିବା ବେଳେ ଗତ ଆର୍ଥିକ ବର୍ଷ ନଭେମ୍ବର ସୁଦ୍ଧା ଏହି ସଂଗ୍ରହ ରାଶି ଥିବା ୧୧୭୧୯.୬୪ କୋଟି ଟଙ୍କା । ଏ କ୍ଷେତ୍ରରେ ୨୭.୨୫ ବୃଦ୍ଧି ଘଟିଛି ।
ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରେଟ ଦ୍ୱାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଯଥା, ଓଜିଏସଟି, ଆଇସିଏସଟି ଫଇସଲା, ଭାଟ. ପ୍ରବେଶ କର ଏବଂ ବୃତ୍ତିଗତ କର ଅଧୀନରେ ଚଳିତ ବର୍ଷ ନଭେମ୍ବର ମାସରେ ମୋଟ୍ ୩୮୫୬.୭୨ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ଗତ ବରଷ ନଭେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ମୋଟ୍ ୩୮୫୬.୭୨ କୋଟି ଟଙ୍କା ସଂଗୃହୀତ ହୋଇଥିବାଳେ ଗତ ବର୍ଷ ନଭେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୩୦୮.୯୨ ଟଙ୍କା ।