ପୁରୀ(ଏନଏନଏସ୍): ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ଉଡିବନି ଡ୍ରୋନ୍ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ନିୟମ ଉଲ୍ଲଘଂନ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ଜରି କରାଯିବ ।ଆସନ୍ତା ଜୁନ୍ ୨୦ରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ।
ସୁରକ୍ଷା ଦୃଷ୍ଟିରୁ ନବଯୌବନ ଦର୍ଶନ ଠାରୁ ନୀଳାଦ୍ରୀ ବିଜେ ପର୍ୟ୍ୟନ୍ତ ଡ୍ରୋନ୍ ଉଡାଣ ଉପରେ କଟକଣା ଲଗାଇଛି ପୁରୀ ପୋଲିସ । ଶ୍ରୀମନ୍ଦିର ଉପରଭାଗ, ତିନି ରଥ ନିକଟ ଓ ଗୁଣ୍ଡିଚା ମଣ୍ଡିର ଉପରେ ଡ୍ରୋନ୍ ଉଡ଼ାଇବାରେ କଟକଣା ଜାରି କରାଯାଇଛି । ଡିଜିସିଏର ଗାଇଡଲାଇନ୍ ଅନୁଯାୟୀ ରେଡ ଜୋନରେ ଶ୍ରୀମନ୍ଦିର ରହିଛି । ତେଣୁ ଯଦି କେହି ନିୟମ ଉଲ୍ଲଘଂନ କରି ଡ୍ରୋନ୍ ଉଡାନ୍ତି ଉଲ୍ଲଘଂନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।