ଉତ୍ତର ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏ ବର୍ଷ ର ସବୁଠାରୁ ବଡ ଲଘୁଚାପ ଘନୀଭୂତ ହେବା ଫଳରେ ଗତକାଲି ରାତିଠାରୁ ବିଭିନ୍ନ ଜିଲ୍ଲା ମାନଙ୍କରେ ବର୍ଷା ହେବାସହ ଜଗତସିଂହପୁର ଜିଲ୍ଲା ରେ ମଧ୍ୟ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଯାହା ଫଳରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତର ଭାରିଷୋଳ ଗ୍ରାମ ରେ ଥିବା ବିଭିନ୍ନ ଚାଷଜମି ଜଳମଗ୍ନ ହେବା ସହିତ ବିଲରେ ପାଣି ଲହଡ଼ି ମାରୁଥିବାର ଦେଖିବାକୁ ମିଳିଛି। ଏପରି ପରିସ୍ଥିତିରେ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନଙ୍କ ମଧ୍ୟରେ ହତାଶ ଭାବ ଦେଖାଦେଇଛି । ଏହି ଲଘୁଚାପରେ ୧୪ ତାରିଖ ଯାଏ ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ଏଥି ସହିତ ୭ଟି ଜିଲ୍ଲାକୁ ରେଡ ୱାର୍ନିଙ୍ଗ ଜାରି କରିବା ସହିତ ଆଜି ଦିନ ତମାମ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ରେଡ ୱାର୍ନିଙ୍ଗ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରେ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଢେଙ୍କାନାଳ,ଏବଂ ଭଦ୍ରକ ଜିଲ୍ଲା ରହିଛି । ତେଣୁ ସ୍ଥିତି ଉପରେ କଡା ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।।
#jagatsingpur #NNSODIA