ପୁରୀ(ଏନଏନଏସ୍): ଗତ ୨ ଦିନରେ ପୁରୀ ସମୁଦ୍ରରେ ବୁଡ଼ି ୪ ପର୍ୟ୍ୟଟକଙ୍କ ମୃତ୍ୟୁ ହେବା ପରେ ପଦକ୍ଷେପ ନେଲା ପ୍ରଶାସନ । ୧୨,୧୩ ଓ ୧୪ ନମ୍ବର ସେକ୍ଟରରେ ଲାଗିଲା ରଶି ଓ ରେଡଫ୍ଲାଗ। ଏନେଇ ଜେଟ୍ ସ୍ଲି. ଅଗ୍ନିଶମ ବିଭାଗ ଓ ଲାଇଫଗାର୍ଡଙ୍କ ପକ୍ଷରୁ ସଚେତନତା ଜାରି ରହିଛି।
ସୂଚନା ଅନୁଯାୟୀ ସେକ୍ଟର ୧୩ରେ ଏହି ଅଘଟଣ ଘଟିଥିବାରୁ ସେଠାରେ ରେଡ ଫ୍ଲାଗ ଲଗାଯାଇଛି। ଏହାବାଦ ସେକ୍ଟର ୧୧,୧୨ ଓ ୧୪ରେ ବି ରେଡ୍ ଫ୍ଲାଗ୍ ଲଗାଯାଇଛି । ଏହାଦ୍ୱାରା ପ୍ରଶାସନ ପକ୍ଷରୁ ପର୍ୟ୍ୟଟକଙ୍କୁ ସେଠାକୁ ଯିବାକୁ ବାରଣ କରିଛି। ଆଜି ବୁଦ୍ଧ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଅଧିକ ଜୁଆର ହେବା ଆଶଙ୍କାରେ ରେଡ ଫ୍ଲାଗ ଲଗାଯାଇଛି । ସାଧାରଣତଃ ପୂର୍ଣ୍ଣିମା ଓ ଅମାବାସ୍ୟାରେ ସମୁଦ୍ରରେ ଅଧିକ ଜୁଆର ମାଡ଼ି ଆସିଥାଏ। ଏନେଇ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।