ବାଲେଶ୍ୱର(ଏନଏନଏସ୍): ବାଲି ଚୋରାଚାଲଣ ବେଳେ ରେଡ୍ । ରେଡ୍ କରି ଚୋରାଚାଲଣ ସମୟରେ ଚଢାଉ କରିଥିଲେ ତଦସିଲଦାରା ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ଡଙ୍ଗା ସାହାଯ୍ୟରେ ହେଉଥିଲା ବାଲି ଚୋରାଚାଲଣ । ବାଲି ମାଫିଆମାନେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଉଠାଇ ନେବାର ଅଭିଯୋଗ ହୋଇଥିଲା । ତେବେ ସରକାରଙ୍କୁ ରାଜସ୍ବ ନଦେଇ ନଦୀରୁ ବାଲି ଉଠାଇବା ଅଇନଗତ ଅପରାଧ । ଟ୍ରାକ୍ଟର ସାହାଯ୍ୟରେ ବାଲି ଚୋରାରେ ଚାଲାଣ ହେଉଥିବା ବେଳେ ତହସିଲଦାର ଚଢାଉ କରିଥିଲେ । ପ୍ରଶାସନ ବାରମ୍ବାର ସଚେତନ କରିବା ପରେ ବି ବାଲି ମାଫିଆ ମାନେ ନଦୀରୁ ଉଠାଉଥିଲେ ବାଲି କ୍ଷ ତେବେ ଏ ଭଳି ଘଟଣା ଘଟିଛି ବାଲିଆପାଳ ତହସିଲ ଅନ୍ତର୍ଗତ ନିଖିରା ଗ୍ରାମ ପଞ୍ଚାୟତ ପାଳପଡ଼ା ଗ୍ରାମରେ ସୁବର୍ଣ୍ଣରେଖା ନଦୀ ପାଖରେ ।
ଆଜି ବାଲିଆପାଳ ତହସିଲଦାର ଦୀପକ କୁମାର ଦାସଙ୍କ ନେତୃତ୍ୱରେ ତହସିଲ ଷ୍ଟାପ, ଶ୍ରୀରାମପୁର ଆର ଆଈ ,ବାଲିଆପାଳ ଆର ଆଈ କାଳିଚରଣ ମାଝୀ ଓ ବାଲିଆପାଳ ପୋଲିସର ମିଳିତ ଉଦ୍ୟମରେ ବାଲି ମାଫିଆମାନଙ୍କ ଦ୍ୱାରା ସୁବର୍ଣ୍ଣରେଖା ନଦୀକୁ ତିଆରି ହୋଇଥିବା ରାସ୍ତାକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦିଆଯାଇଛି। ତେବେ ବାଲିଆପାଳ ତହସିଲଦାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଚାଲିଲେ ବାଲି ମାଫିଆଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।