ପୁରୀରେ ଗଡିବ ରଥ । ରାଜ୍ୟର ଅନ୍ୟ ସ୍ଥାନରେ ହେବନି ରଥଯାତ୍ରା। ପୁରୀ ଛଡ଼ା ଅନ୍ୟ ଜାଗାରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। ଏ ସଂପର୍କୀତ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ ପାଇଁ ମନାକଲେ। କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା ପାଇଁ ୫ଟି ମାମଲା ହୋଇଥିଲା। କେନ୍ଦ୍ରାପଡ଼ା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା। ହସ୍ତକ୍ଷେପ ପାଇଁ ମନା ସହ ୫ଟି ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ। ଏନେଇ କିଛି ମନ୍ଦିରର ପୂଜକ ସହ ସ୍ବେଚ୍ଛାସେବୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ହାଇକୋର୍ଟ ସବୁ ମାମଲାକୁ ଖାରଜ କରିବା ସହ ପୁରୀ ବ୍ୟତୀତ ଅନ୍ୟ କେଉଁଠି ରଥଯାତ୍ରା ହେବନି ବୋଲି ସ୍ପଷ୍ଟ କରିଛନ୍ତି।