ଆଜି ପବିତ୍ର ମାଘ ଶୁକ୍ଳପକ୍ଷ ପଞ୍ଚମୀ ତିଥି । ଆଜି ହେଉଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ। ୨୦୨୨ ରଥଯାତ୍ରା ପାଇଁ ଆଜି ରଥକାଠ ଅନୁକୂଳ ହେବ। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି । ଶ୍ରୀ ପଞ୍ଚମୀ ଅବସରରେ ଶ୍ରମନ୍ଦିରରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବାର ପରମ୍ପରା ରହିଛି । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ପୂଜା କରାଯିବ । ଏଥିଲାଗି ଗତକାଲି ରଥଖଳାକୁ ପରିସ୍କାର କରାଯିବ ସହ ମହାପ୍ରଭୁଙ୍କ ୩ ରଥର ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ରଥଖଳାରେ ରଖାଯାଇଛି ।
ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତ ୨ ତାରିଖରେ ୬୩ ଖଣ୍ଡ କାଠ ଆସି ସାରିଛି । ଅକ୍ଷୟ ତୃତୀୟାରେ ରଥଖଳାରେ ରଥ ନିର୍ମାଣ ଅନୁକୁଳ କରାଯିବ । ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି ।