ଆଇନ ଶୃଙ୍ଖଳ ପରିସ୍ଥିତି କୁ ସୁଦୃଢ କରିବା ନିମନ୍ତେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ l ସାଧାରଣ ଜନତା ସୁରକ୍ଷା ଏବଂ ନ୍ୟାୟ ପାଇଁ ପୋଲିସର ସହାୟତା ନେଇଥାନ୍ତି । ତେଣୁ ସାଧାରଣ ଲୋକଙ୍କ ପାଇଁ ପୋଲିସ ସର୍ବଦା କାର୍ଯ୍ୟରତ । କିନ୍ତୁ ଗ୍ରlଉଣ୍ଡ ଜିରୋରେ କଣ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେଉଛି ? ଶୁଣନ୍ତୁ ଏହି ମହିଳାଙ୍କ ଜଣକ କଣ କହୁଛନ୍ତି । ଅଭିଯୋଗ କରୁଥିବା ଏହି ମହିଳା ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ରାମପାଳ ତଳ ପାଟଣ ହରିଜନ ସାହିର ବାସିନ୍ଦା ପ୍ରମିଳା ନାୟକ l ପ୍ରମିଳା ଅଭିଯୋଗ କରନ୍ତି ଯେ ତାଙ୍କ ସ୍ୱାମୀ ଏବଂ ତିନି ପୁଅ ତାଙ୍କୁ ପ୍ରତେକ ଦିନ ନିଶା ଖାଇ ମାଡ଼ ମାରିବା ସହ ଗାଳିଗୁଲଜ କରି ଖାଇବାକୁ ଗଣ୍ଡେ ଦିଅନ୍ତି ନାହଁ ଏବଂ ବହୁ ନିର୍ଯାତନା ଦିଅନ୍ତି l ବାରମ୍ବାର ସ୍ୱାମୀ ଓ ପୁଅ ମାନଙ୍କର ନିର୍ଯାତନା ସହି ନପାରି ପ୍ରମିଳା ନାୟକ ରାସୋଳ ଥାନାରେ ଗତ ଦେଢ଼ ମାସ ପୂର୍ବରୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ସେଠାରୁ ବାରମ୍ବାର ନିରାଶ ହୋଇ ଫେରିବା ପରେ ଶେଷରେ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଏ ବିଷୟରେ ଆମେ ରାସୋଳ ଥାନା IIC ବିଜୟ ହାଇବ୍ରୋଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ । କିନ୍ତୁ ଏ ନେଇ ତାଙ୍କର କୌଣସି ପ୍ରତି କ୍ରିୟା ମିଳି ପାରି ନଥିଲା। ନାରୀ ମାନଙ୍କ ର ସୁରକ୍ଷା ଓ ନିରାପତ୍ତା ପାଇଁ ଅନେକ ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ନିର୍ଯାତନା ଅଭିଯୋଗ ନେଇ ଆସିଥିବା ମହିଳା ଜଣକ ବାରମ୍ବାର ଥାନାରୁ ନିରାଶ ହୋଇ ଫେରିଛନ୍ତି । ଏପରି ପରିସ୍ଥିତିରେ ସାଧାରଣ ଲୋକେ କାହା ଭରଷାରେ ନିଜକୁ ସୁରକ୍ଷିତ ମନେ କରିବେ ।
#Dhenkanal #Rasol #NNSODIA