ଏନଏନଏସ୍: ରାଷ୍ଟ୍ରପତି ଭବନ ବୁଲି ଦେଖିବା ପାଇଁ ସମସ୍ତଙ୍କ ମନରେ ଇଛା ରହିଥାଏ । ମାତ୍ର ଏହା ସମସ୍ତଙ୍କ ଭାଗ୍ୟରେ ନଥାଏ । ରାଷ୍ଟ୍ରପତି ଭବନକୁ ପ୍ରବେଶ କରିବା ପାଇଁ ବିଭିନ୍ନ ପ୍ରକାର କଟକଣା ଥିବାରୁ ଜଣେ ସାଧାରଣ ନାଗରିକ ଏହି ଭବନରେ ପ୍ରବେଶ କରିବା ସମ୍ଭବ ହୁଏ ନାହିଁ । କିନ୍ତୁ ଏବେ ଏହି କଟକଣା କୋହଳ କରାଯାଇଛି । ଅର୍ଥାତ ଜନସାଧାରଣଙ୍କ ପାଇଁ ଖୋଲାଯିବ ରାଷ୍ଟ୍ରପତି ଭବନ । ଜୁନ୍ ୧ ତାରିଖରୁ ସପ୍ତାହକୁ ୬ଦିନ ରାଷ୍ଟ୍ରପତି ଭବନ ବୁଲି ଦେଖିପାରିବେ ସାଧାରଣ ଜନତା ।
ଏଥିପାଇଁ ଦାୟିତ୍ୱରେ ଥିବା ଅଧିକାରୀ ସୂଚନା ଜାରି କରିଛନ୍ତି । ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପରେ ଏଭଳି ସୂଚନା ପ୍ରକାଶ ପାଇଛି । ସୂଚନା ମୁତାବକ ସକାଳ ୯ଟାରୁ ସଂଧ୍ୟା ସାଢେ ୪ଟା ପର୍ଯ୍ୟନ୍ତ ୭ଟି ସ୍ଲଟରେ ରାଷ୍ଟ୍ରପତି ଭବନ ବୁଲି ଦେଖିପାରିବେ ସାଧାରଣ ଜନତା।