ରଣବୀର ସିଂହ ନିଜର ଏନର୍ଜି ଏବଂ ବିନନ୍ଦାସ୍ ପ୍ରକୃତି ପାଇଁ ସର୍ବଦା ଦର୍ଶକଙ୍କ ମନରେ ରାଜ୍ କରିଥାନ୍ତି । ରଣବୀର ସିଂହଙ୍କୁ ଫ୍ୟାସନ୍ କିଙ୍ଗ୍ ବୋଲି କୁହାଯାଏ। ତାଙ୍କର ଏନରଜେଟିକ୍ ଅଭିନୟ ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାଏ । ରଣବୀର ବଲିଉଡରେ ‘ବ୍ୟାଣ୍ଡ ବାଜା ବାରାତ୍’ ଫିଲ୍ମରୁ ହିଁ ଡେବୁ୍ୟ କରିବା ଆରମ୍ଭ କରିଥିଲେ । ସେବେଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ରଣଭୀର ସିଂ ବିଭିନ୍ନ ଭୂମିକାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିପାରିଛନ୍ତି।
ରଣବୀର ନିଜ ଅଭିନୟ କ୍ୟାରିୟରରେ ଏପର୍ୟ୍ୟନ୍ତ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ଗତ କିଛି ଦିନ ହେବ ତାଙ୍କର ଫିଲ୍ମ ଫ୍ଲପ୍ ହେଉଛି । ଏହାରି ଭିତରେ ଖୁବ୍ ଶୀଘ୍ର ତାଙ୍କର ନୂଆ ଚଳଚ୍ଚିତ୍ର ରିଲିଜ୍ ହେବାକୁ ଯାଉଛି। ଯେଉଁଥିପାଇଁ ରଣବୀର ଆଶା ରଖିଛନ୍ତି ସେ ତାଙ୍କର ହଜିଯାଇଥିବା ରେକର୍ଡ ପୁଣି ଥରେ ଫେରି ପାଇବେ । ତେବେ ଏସବୁ ମଧ୍ୟରେ ରଣବୀର ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି।
ଅନ୍ୟପଟେ ୩ଟି ଫିଲ୍ମ ଫ୍ଲପ୍ ହେବା ପରେ ରଣବୀର ଖୁବ୍ ଶୀଘ୍ର ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ରକି ଏବଂ ରାନୀକି ପ୍ରେମ କାହାନୀରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ରିଲିଜ୍ ହେବା ପରେ ଅଭିନେତାଙ୍କ କ୍ୟାରିୟର ଟ୍ରାକ୍ କୁ ଫେରିବ ବୋଲି ଆଶା ରହିଛି।