ପତ୍ନୀଙ୍କୁ ଗର୍ଭବତୀ କରିବାକୁ ପାରୋଲରେ ଆସିଲେ କଏଦୀ ପତି | ସନ୍ତାନପ୍ରାପ୍ତି ପାଇଁ ରାଜସ୍ଥାନ ହାଇକୋର୍ଟ ଜଣେ କଏଦୀଙ୍କୁ ୧୫ ଦିନ ପାରୋଲରେ ଯିବାକୁ ଦେଇଛନ୍ତି ଅନୁମତି । ଯାହାଫଳରେ ସେ ଜଣେ ସନ୍ତାନର ବାପା ହୋଇପାରିବେ | ଆଜୀବନ କାରାଦଣ୍ଡ ଭୋଗୁଥିବା ୩୪ ବର୍ଷିୟ କଏଦୀଙ୍କ ପତ୍ନୀଙ୍କ ଆବେଦନ ଉପରେ ହାଇକୋର୍ଟର ଯୋଧପୁର ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି।
କଏଦୀ ନନ୍ଦଲାଲଙ୍କ ପତ୍ନୀ ରେଖା ତାଙ୍କର ‘ସନ୍ତାନ ପ୍ରାପ୍ତିର ଅଧିକାର’ ଥିବା ଦର୍ଶାଇ ତାଙ୍କ ସ୍ୱାମୀଙ୍କୁ ଜେଲରୁ ମୁକ୍ତ କରିବାକୁ କୋର୍ଟରେ ଆବେଦନ କରିଥିଲେ। କୋର୍ଟ କହିଛନ୍ତି ଯେ, ରାଜସ୍ଥାନ ପାରୋଲ ନିୟମ ୨୦୨୧ ଅନୁଯାୟୀ କଏଦୀଙ୍କୁ ପାରୋଲରେ ମୁକ୍ତ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ “ବିବାହିତ ଜୀବନ ସହିତ ପତ୍ନୀଙ୍କ ଶାରୀରିକ ତଥା ଭାବଗତ ଆବଶ୍ୟକତାକୁ ପୂରଣ କରିବା” ପାଇଁ, କଏଦୀଙ୍କୁ ତାଙ୍କ ସହ ରହିବାକୁ ଅନୁମତି ଦିଆଯାଇପାରେ | ଏହି ଆଧାରରେ, ଆଜୀବନ କାରାଦଣ୍ଡ ଭୋଗୁଥିବା ୩୪ ବର୍ଷିୟ ନନ୍ଦଲାଲଙ୍କୁ କୋର୍ଟ ୧୫ ଦିନର ପାରୋଲ ମଞ୍ଜୁର କରିଛନ୍ତି।