ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ରବିବାର ଠାରୁ ଉପକୂଳ ଓଡିଶାରେ ଅବିଶ୍ରାନ୍ତ ବର୍ଷା ଜାରି ରହିଛି । ମୁଷଳ ଧାରାରେ ବର୍ଷା କାରଣରୁ ଅନେକ ସ୍ଥାନ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଏକ ପ୍ରକାର ଜୀବନ ଯାତ୍ରା ଠପ ହୋଇପଡିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟ୍ୟରେ ରାଜଧାନୀରେ ୧୯୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୨ ତାରିଖ ସକାଳ ୮.୩୦ ରୁ ୧୩ ତାରିଖ ଭୋର ୬.୩୦ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆସନ୍ତା ୬ ଘଣ୍ଟା ମଦ୍ୟରେ ଭୁବନେଶ୍ୱର ଓ କଟକରେ ଆହୁରି ପ୍ରବଳ ବର୍ଷା ହେବ ବୋଲି ମଧ୍ୟ ଆକଳନ କରାଯାଇଛି ବୋଲି ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଛଡ଼ା ପୁରୀରେ ସର୍ବାଧିକ ୩୨୯ ମିଲିମିଟର ବର୍ଷା ଓ ପାରାଦିପରେ ମଧ୍ୟ ୨୧୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।ଏହା ଭିତରେ କଟକ-ଚାନ୍ଦବାଲି ରାସ୍ତା ଉପରେ ୫ ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି । ସେହିପରି ସାଲେପୁର କୁଆଁପାଳ ରାସ୍ତାରେ ବର୍ଷା ପାଣି ଲହଡି ମାରୁଛି । ଫଳରେ ରାସ୍ତାର ଦୁଇ କଡରେ ଛିଡା ହୋଇଛି ଶହ ଶହ ଗାଡି ଏଭଳି ସ୍ଥଳେ ଡ୍ରେନେଜ ବ୍ୟବସ୍ଥା ପୁରା ପୁରି ଫେଲ ମାରିଛି ।ଜଳବନ୍ଦୀରେ ଚନ୍ଦ୍ରାଦେଇପୁର, ଲୁଣାହାର,ମାଛୁଆତି, ରୋଧପୁର, ବଟେଶ୍ୱର, ତହସିଲ, ବ୍ଲକ ଅଫିସ, ପୁରା ସାଲେପୁର ସହର । ଯାତାୟତ ପୁରା ବାଧାପ୍ରାପ୍ତ ହୋଇଛି । ଦୋକାନ ଘର ଠାରୁ ଆରମ୍ଭ କରି ମୁଖ୍ୟ ବଜାରକୁ ଲାଗି ରହିଥିବା ଗାଁ ଗୁଡିକରେ ଘର ଭିତରେ ପାଣି ପଶିଯାଇ ମାଟି ଘର ଭାଙ୍ଗି ପଡିଛି । ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ କୌଣସି ଉଦ୍ୟମ ଆରମ୍ଭ ହୋଇନହିଁ । ଲୋକେ ନାହଁ ନଥିବା ଦୁର୍ଦ୍ଦଶା ଭୋଗିବାକୁ ଲାଗିଲେଣି ।
#rainfall #odisha #NNSODIA