ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ରେଳମନ୍ତ୍ରୀ | ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭିନ୍ନ ଉନ୍ନୟନ କାର୍ଯ୍ୟର କରିଥିଲେ ସମୀକ୍ଷା | ଏହି ଅବସରରେ ଜିଲ୍ଲା ମୁଖ୍ୟ ଡାକଘରକୁ ଉଦଘାଟନ କରିଥିଲେ ରେଳମନ୍ତ୍ରୀ | ମାଲକାନଗିରିରୁ ଭଦ୍ରାଚଳମ ରେଳ ଲାଇନ ପ୍ରକଳ୍ପର ଅଗ୍ରଗତି ନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି ।
ଆକାଂକ୍ଷୀ ଜିଲ୍ଲା ମାଲକାନଗିର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗ୍ରାମ ଉନୟନ ସମ୍ମିଳନୀ କକ୍ଷରେ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଅନୁଦାନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ରେଳ ବିଭାଗର ବରିଷ୍ଠ ପଦାଧିକାରୀ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଜୟପୁର -ମାଲକାନଗିରି ରେଳପଥ ନିର୍ମାଣ କାର୍ଯ୍ୟ କିପରି ଶୀଘ୍ର ଆରମ୍ଭ ହେବ ସେ ନେଇ ଆଲୋଚନା କରିଥିଲେ। ମାଲକାନଗିରିରେ ମୋବାଇଲ ନେଟୱାର୍କ ଓ ପ୍ରସ୍ତାବିତ ରେଳ ଲାଇନର ସ୍ଥିତି ଅନୁଧ୍ୟାନ କରିଥିଲେ | ମାଲକାନଗିରି ଜିଲ୍ଲାରେ ୩୦୦ରୁ ଅଧିକ ନୂଆ ମୋବାଇଲ ନେଟୱର୍କକୁ ମଂଜୁରି ମିଳିଥିବା ବେଳେ ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ। ଦଳୀୟ କର୍ମୀମାନେ ଆଦିବାସୀ ନୃତ୍ୟ ମାଧ୍ୟମରେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ |