ରାଜ୍ୟସଭା ଶୀତକାଳୀନ ଅଧିବେଶନରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା PMAY (G) ଅଧୀନରେ ଓଡିଶାର 6 ଲକ୍ଷ ଘର ଅନ୍ତର୍ଭୁକ୍ତ କରି କେନ୍ଦ୍ର ଦ୍ୱାରା ଆୱାସ ପ୍ଲସ୍ ପୋର୍ଟାଲ ଖୋଲାଯିବାର ଆବଶ୍ୟକତା ଉପରେ ବିଜେଡି ସାଂସଦ ପାତ୍ର ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏହି ଆୱାସ୍ ପ୍ଲସ୍ ପୋର୍ଟାଲ୍ ଖୋଲିବା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 5 ଜୁଲାଇ 2021 ରେ ଚିଠି ଲେଖିଥିଲେ । ଏହା ସତ୍ୱେ କେନ୍ଦ୍ର ଦ୍ୱାରା ଏହି ଆୱାସ୍ ପ୍ଲସ୍ ପୋର୍ଟାଲ୍ ଏ ପର୍ଯନ୍ତ ଖୋଲାଯାଇ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆୱାସ୍ ପ୍ଲସ୍ ପୋର୍ଟାଲ୍ ତୁରନ୍ତ ଖୋଲାଯାଇ କେବିକେ ଜିଲ୍ଲା, ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ତଥା ବିଶେଷକରି ଆଦିବାସୀ ସମ୍ପ୍ରଦାୟର 6 ଲକ୍ଷ ପରିବାରର ତଥ୍ୟ ଅନ୍ତର୍ଭୂକ୍ତ କରିବାକୁ ଅନୁମତି ଦେବାକୁ ଡକ୍ଟର ସସ୍ମିତ ପାତ୍ର ଦାବି କରିଛନ୍ତି । ଏହା ସହିତ ବିସ୍ତୃତ ଦାବି ସମ୍ପର୍କରେ ସ୍ୱତନ୍ତ୍ର ଅଧିବେଶନରେ ତଥ୍ୟ ପ୍ରଦାନ କରାଯାଇଛି |