ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ଉପରେ ଋଷର ଆକ୍ରମଣ ୪୩ ଦିନରେ ପହଞ୍ଚିଲାଣି । ଏହି ଯୁଦ୍ଧକୁ ବିରୋଧ କରି ବିଶ୍ୱର ଅନେକ ଦେଶ ରୁଷ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ | ଏହା ସତ୍ୱେ ରୁଷ ରାଷ୍ଟ୍ରପତି ପୁଟିନ ଜାରି ରଖିଛନ୍ତି ଯୁଦ୍ଧ | ଏହି ସମୟରେ ଭ୍ଲାଦିମିର ପୁଟିନଙ୍କ ଦୁଇ ଝିଅଙ୍କୁ ନେଇ ସାରା ବିଶ୍ୱରେ ଜୋର ଧରିଛି ଚର୍ଚ୍ଚା | ପୁଟିନଙ୍କ ଦୁଇ ଝିଅଙ୍କୁ ଏବେ ଟାର୍ଗେଟ କରିଛି ଆମେରିକା | ପୁଟିନଙ୍କ ଝିଅଙ୍କ ଉପରେ ଆମେରିକା ଲଗାଇଲା କଡା କଟକଣା । ରୁଷ ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରିବାକୁ ତାଙ୍କ ଦୁଇଝିଅ କ୍ୟାଟ୍ରିନା ଏବଂ ମାରିଆଙ୍କ ଉପରେ କଟକଣା ଲାଗୁ କରାଯାଇଛି ବୋଲି କୁହାଯାଇଛି।
ଆମେରିକା ତରଫରୁ କୁହାଯାଇଛି , ପୁଟିନ ତାଙ୍କ ଅମାପ ସମ୍ପତ୍ତିକୁ ଲୁଚାଇ ରଖିଛନ୍ତି | ଏଥିରେ ତାଙ୍କ ଦୁଇ ଝିଅ ତାଙ୍କୁ ସାହାଯ୍ୟ କରିଛନ୍ତି। ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ପୁଟିନ ତାଙ୍କ ସମ୍ପତ୍ତି ପରିବାର ସଦସ୍ୟଙ୍କ ନାମରେ ଲୁଚାଇ ରଖିଛନ୍ତି। ତେବେ ଦୁଇଝିଅ କ୍ୟାଟ୍ରିନା ଏବଂ ମାରିଆଙ୍କ ହେଉଛନ୍ତି ପୁଟିନଙ୍କ ପ୍ରଥମ ପତ୍ନୀ ଲ୍ୟୁଡମିଲାଙ୍କ ସନ୍ତାନ |