ପୁରୀ(ଏନଏନଏସ୍): ରୁପାରେ ଝଲସିବ ଶ୍ରୀମନ୍ଦିର ସିଂହଦ୍ୱାର। ଏନେଇ ଆରମ୍ଭ ହୋଇଛି ରୁପା ଛାଉଣୀ କାମ। ସିଂହଦ୍ୱାରରେ ଲାଗିଥିବା ନବନିର୍ମିତ କବାଟରେ ମୁମ୍ବାଇରୁ ଆସିଥିବା କାରିଗରମାନେ ବିଭିନ୍ନ ଡିଜାଇନ୍ରେ ପ୍ରସ୍ତୁତ ରୁପା ଲଗାଇବା କାମ ଆରମ୍ଭ କରିଛନ୍ତି। ଆଜି ରାତି ସୁଦ୍ଧା ରୁପା ଛାଉଣୀ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ନୀଳାଦ୍ରୀବିଜେରେ ମହାପ୍ରଭୁଙ୍କୁ ମାଆ ଲକ୍ଷ୍ମୀ ସାଆନ୍ତାଣୀ ରୁପାର ନୂଆ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଭବ୍ୟ ସ୍ୱାଗତ କରିବେ। ସେପଟେ ବାହୁଡ଼ା ଯାତ୍ରା ପୂର୍ବରୁ ସିଂହଦ୍ୱାର ରଙ୍ଗ କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ସିଂହଦ୍ୱାର ସଂପୂର୍ଣ୍ଣ ଭାବେ ନୂଆ ତିଆରି କରାଯାଇଛି। ପୁରୁଣା ଦ୍ୱାରକୁ ହଟାଇ ଶାଗୁଆନ୍ କାଠରେ ନବନିର୍ମିତ ଦ୍ୱାର ଲଗାଯାଇଛି।