ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଫେବୃଆରୀ ୧୪ ପରିବର୍ତ୍ତେ ଫେବୃଆରୀ ୨୦ରେ ହେବ ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ଅଧିକାଂଶ ରାଜନୈତିକ ଦଳର ଅନୁରୋଧ କ୍ରମେ ଆଜି କେନ୍ଦ୍ର ନିର୍ବାଚନ କମିଶନ ଏହି ନିଷ୍ପତି ନେଇଛନ୍ତି | ଗୁରୁ ରବିଦାସ ଜୟନ୍ତୀ ଅବସରରେ ନିର୍ବାଚନ ତାରିଖକୁ ଅତି କମରେ ୬ ଦିନ ଘୁଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପତ୍ର ଲେଖିଥିଲେ ।
ପଞ୍ଜାବର ୧୧୭ଟି ଆସନ ଲାଗି ଫେବୃଆରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ଭୋଟ କରିବା ଲାଗି ନିର୍ବାଚନ କମିଶନ ଘୋଷଣା କରିଥିଲେ । କିନ୍ତୁ ଫେବୃଆରୀ ୧୪ରେ ଗୁରୁ ରବିଦାସ ଜୟନ୍ତୀ ପଡୁଥିବାରୁ ତଫସିଲଭୁକ୍ତ ଜାତି ବର୍ଗର ଲୋକ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଜୟନ୍ତୀ ଲାଗି ଉତ୍ତରପ୍ରଦେଶ ବନାରସକୁ ଯାଇଥାନ୍ତି । ପଞ୍ଜାବ ଜନସଂଖ୍ୟାର ୩୨ ପ୍ରତିଶତ ତଫସିଲଭୁକ୍ତ ଜାତି ବର୍ଗର ହୋଇଥିବାବେଳେ ନିର୍ବାଚନରେ ସେମାନେ ମତଦାନ କରିବାରୁ ବଂଚିତ ହେବେ ବୋଲି ଭିତିରେ ଉଲେଖ କରାଯାଇଥିଲା |