ପଞ୍ଜାବ କଂଗ୍ରେସରେ କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ସେ ନେଇ ଚାଲିଛି ବିବାଦ | ଚରଣଜିତ୍ ଚନ୍ନି ଏବଂ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ଚାଲିଛି ଘମାଘୋଟ ଲଢେଇ | ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଦଳ ଏକ ଗେମ ଖେଳିପାରେ ବୋଲି ହେଉଛି ଆଲୋଚନା । ଏଥିରେ ଚରଣଜିତ୍ ଚନ୍ନି ଏବଂ ନବଜୋତ ସିଂ ସିଦ୍ଧୁଙ୍କୁ ଅଢେଇ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଶୁଣିବାକୁ ମିଳୁଛି | ତେବେ ସରକାର ଗଠନ ପରେ ଦଳର ପ୍ରଥମ ସିଏମ୍ କିଏ ହେବେ ତାହା ନିର୍ବାଚିତ ହୋଇଥିବା ଦଳୀୟ ବିଧାୟକମାନେ ସ୍ଥିର କରିବେ । ପଞ୍ଜାବ ନିର୍ବାଚନରେ ଭୋଟ୍ ବ୍ୟାଙ୍କର ଗଣିତ ଏପରି ଯେ, କଂଗ୍ରେସ କାହାକୁ ଜଣକୁ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ପ୍ରୋଜେକ୍ଟ କରି କୌଣସି ରିସ୍କ ନେଇପାରିବ ନାହିଁ ବୋଲି କୁହାଯାଉଛି |
ପଞ୍ଜାବରେ ଆସନ୍ତାକାଲି କଂଗ୍ରେସ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବ। ଏଥିପାଇଁ ରାହୁଲ ଗାନ୍ଧୀ ଆସିବେ ଲୁଧିଆନାକୁ । ସେ ଭର୍ଚୁଆଲ୍ ରାଲି ମାଧ୍ୟମରେ ଅପରାହ୍ନ 2 ଟାରେ ଲୁଧିଆନାରୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବେ | ପଞ୍ଜାବର 117 ବିଧାନସଭା ଆସନରେ ରାହୁଲଙ୍କ ଭର୍ଚୁଆଲ୍ ରାଲିକୁ ସିଧା ପ୍ରସାରଣ କରାଯିବ।