ଜେଏସଡବ୍ଲୁ ପ୍ରକଳ୍ପକୁକୁ ନେଇ ଆଜି ଢ଼ିଙ୍କିଆରେ ଆରମ୍ଭ ହୋଇଛି ପୁଣି ଦ୍ୱିତୀୟ ଥର ଜନ ଶୁଣାଣି । ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟଠାରେ ଦିନ ୧୧ ଟାରେ ଆରମ୍ଭ ହୋଇଛି ଏହି ଜନ ଶୁଣାଣି | ଏଥିରେ ଢ଼ିଙ୍କିଆ ପଂଚାୟତର ଢ଼ିଙ୍କିଆ, ଗୋବିନ୍ଦପୁର, ମାହାଳ ଓ ପାଟଣା ଆଦି ଗ୍ରାମବାସୀ ଉପସ୍ଥିତ ଅଛନ୍ତି | ଏଥିସହ ଜଗତସିଂହପୁର ଜିଲାପାଳ, ଏସ୍ପି, ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଓ ହାଇକୋର୍ଟ ଙ୍କ ଦ୍ଵାରା ଚୟନ କରା ଯାଇଥିବା ପ୍ରତିନିଧିମାନେ ଉପସ୍ଥିତ ରହିଛନ୍ତି । ତେବେ ଏହି ଜଣ ଶୁଣାଣୀରେ ପ୍ରକଳ୍ପକୁ ବିରୋଧ କରି ଆସୁଥିବା କିଛି ଗ୍ରାମବାସୀଙ୍କୁ ନିଜ ମତ ରଖିବାକୁ ସୁଯୋଗ ଦିଆ ଯାଉ ନଥିବା ପ୍ରକଳ୍ପ ବିରୋଧୀମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ବୈଠକ ସ୍ଥଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗ
ଣମାଧ୍ୟମ ଆଗରେ ବିରୋଧୀମାନେ ପ୍ରତିକ୍ରିୟା ରଖୁଥିବା ବେଳେ ପୋଲିସ ଏଥିରେ ପ୍ରତିରୋଧ କରିବାରୁ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ପ୍ରକଳ୍ପକୁ ବିରୋଧ କରି ଗତ ଜାନୁଆରୀ ମାସରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ | ଏହାକୁ ନେଇ ସେତେବେଳେ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା । ଏହି ଘଟଣାରେ ବହୁ ଆନ୍ଦୋଳନକାରୀ ଆହତ ହୋଇଥିଲେ । ପରେ ଏହାର ପ୍ରତିବାଦରେ ହାଇକୋର୍ଟରେ ଏକ ଜନ ସ୍ୱାର୍ଥ ମାମଲା ରୁଜୁ ହୋଇଥିଲା | ପରେ ହାଇକୋର୍ଟ ଏହାର ବିଚାର କରି ଢ଼ିଙ୍କିଆରେ ପୂନର୍ବାର ଜନ ଶୁଣାଣି କରି ଲୋକଙ୍କ ମତ ନେବାକୁ ନିର୍ଦେଶ ଦେଇଥିଲେ । ଏବେ ଦେଖିବାକୁ ବାକି ରହିଲା ଏହି ଜନ ଶୁଣାଣି ଢ଼ିଙ୍କିଆବାସୀଙ୍କ ସପକ୍ଷରେ ଜାଉଛି ନା ବିପକ୍ଷରେ ଯାଉଛି।।