ଏନଏନଏସ୍: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ଏବେ ଅଶାନ୍ତ ହୋଇ ପଡିଛି ପାକିସ୍ତାନ। ଗତକାଲି ଠାରୁ ପାକିସ୍ତାନରେ ଇମ୍ରାନଙ୍କ ସମର୍ଥକମାନେ ହିଂସା କରିବାରେ ଲାଗିଛନ୍ତି । ପେଶାୱର, ଇସଲାମାବାଦ, ଲାହୋର, କରାଚି ଓ ରାୱଲପିଣ୍ଡ ସମତେ ଦେଶର ବିଭିନ୍ନ ଭାଗରେ ଇମ୍ରାନଙ୍କ ସମର୍ଥକମାନେ ଭଙ୍ଗାରୁଜା କରିବା ସହ କିଛି ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି । ଏହି ହିଂସାକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସେପଟେ ପ୍ରଶାସନ ତରଫରୁ ଇସଲାମାବାଦରେ ରେଡ ଆଲର୍ଟ ଜାରି କରାଯାଇଛି । ମଙ୍ଗଳବାର ରାତିରେ ରାୱଲପିଣ୍ଡିରେ ଥିବା ସେନାର ମୁଖ୍ୟାଳୟରେ ଭଙ୍ଗାରୁଜା କରିବା ସହ ଲାହୋର ଠାରେ ଥିବା ରାଜ୍ୟପାଳଙ୍କ ଭବନରେ ମଧ୍ୟ ଇମ୍ରାନଙ୍କ ସମର୍ଥକମାନେ ନିଆଁ ଲଗାଇ ଦେଇଥିଲେ ।