କେନ୍ଦ୍ରାପଡା(ଏନଏନଏସ୍): ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଦାବିରେ ଆମରଣ ଅନଶନ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ହାଟସାହି ପଞ୍ଚାୟତରେ ଚାଷଜମିରେ ଗଢି ଉଠିଥିବା ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଦାବୀ ନେଇ କନିକା ତହସିଲ ପରିସରରେ ଆମରଣ ଅନଶନରେ ବସିଛନ୍ତି ଚାଷୀ ।
୨ ବର୍ଷ ଧରି ହାଟସାହି ପଞ୍ଚାୟତରେ ଗଢି ଉଠିଥିବା ବେଆଇନ ଚିଙ୍ଗୁଡି ଘେରିରୁ ନିର୍ଗତ ରାସାୟନିକ ପାଣି ଶହ ଶହ ଏକର ଚାଷ ଜମିରେ ମାଡି ଯାଉଥିବାରୁ ଚାଷ ଉଜୁଡି ଯାଉଛି । ଜୀବନଜୀବିକା ପାଇଁ ପ୍ରାୟ ୯୦ ଭାଗ ଚାଷୀ ନିଜ ଜମିରୁ ଉପାର୍ଜିତ ଶସ୍ୟ ଅମଳ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ହେଲେ ଏଠାରେ ଚିଙ୍ଗୁଡି ଚାଷ କରିବା ଦ୍ୱାରା ଅନ୍ୟ ଚାଷୀଙ୍କ ଚାଷ ସମୂଳେ ନଷ୍ଟ ହେଉଛି। ଏହାକୁ ବିରୋଧକରି ଏଠାକାର ପ୍ରଭାବିତ ଚାଷୀ ବହୁବାର ଦାବି ପ୍ରତିବାଦ କରୁଥିଲେ ବି ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଫଳରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଦାବୀ କରି ଆମରଣ ଅନଶନରେ ଚାଷୀମାନେ ବସି ରହିଛନ୍ତି । ଅନ୍ୟପଟେ ଚାଷୀମାନେ କହିଛନ୍ତି ଯେ ପର୍ଯ୍ୟନ୍ତ ଚିଙ୍ଗୁଡି ଘେଣି ଉଚ୍ଛେଦ ନହୁଏ ସେ ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ।