ଜଳପଥ ସୀମାକୁ ଜଗିଛି ସାଗର କବଚ ଓଡି – 21 । ବାହ୍ୟଶତ୍ରୁଙ୍କ ଆକ୍ରମଣରୁ ଜଳପଥ ସୀମାକୁ ରକ୍ଷା କରିବା ପାଇଁ ସାଗର କବଚ ଓଡି – 21 ନାମରେ ପାରାଦ୍ୱୀପ ସମୁଦ୍ର ଉପକୁଳରେ ଚାଲିଛି ସମରାଭ୍ଯାସ । 26/11ମୁବାଇ ଆକ୍ରମଣ ପରେ ସାରା ଦେଶର ଜଳପଥ ସୀମାକୁ କିପରି ବାହ୍ୟ ଶତ୍ରୁଙ୍କ ଆକ୍ରମଣରୁ ରକ୍ଷା କରିହେବ ସେଥିପାଇଁ ପ୍ରତି ବର୍ଷ ଏପରି ସମରାଭ୍ୟାସ ହୋଇଥାଏ । ଭାରତୀୟ ତଟରକ୍ଷୀ ବାହିନୀ , ମେରାଇନ ପୋଲିସ , କଷ୍ଟମ୍ , ଭାରତୀୟ ନୌସେନା, ବନବିଭାଗ ସହ ମତ୍ସ୍ୟ ବିଭାଗ , ଇମିଗ୍ରେସନ ଡିପାର୍ଟମେଣ୍ଟ ମଧ୍ଯ ସାମିଲ ହୋଇଛି ଏହି ସମରାଭ୍ୟାସରେ । ବ୍ଳଉ ଓ ରେଡ୍ ଦୁଇଟି ଟିମ୍ ହୋଇ ଚାଲିଛି ସମରାଭ୍ଯାସ । ଉପକୁଳକୁ ବ୍ଲୁ ବାହିନୀ ଜଗିରହିଥିବା ବେଳେ ରେଡ୍ ବାହିନୀ ଶତୃ ପକ୍ଷ ହୋଇ ଦୂର ସମୁଦ୍ରକୁ ଯାତ୍ରା କରି ପୁଣି ଉପକୁଳମୁହାଁ ହୋଇ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ କରିବ । ବ୍ଲୁ ବାହିନୀ ଉପକୁଳକୁ ରକ୍ଷା କରିବା ପାଇଁ ଶତୃ ପକ୍ଷକୁ କଡା ଜାବାବ ଦେବାକୁ ପ୍ରସ୍ତୁତ । ବାହ୍ୟଶତ୍ରୁ ଠାରୁ ଉପକୁଳକୁ ରକ୍ଷା କରିବା ପାଇଁ ଏହି ସମରାଭ୍ଯାସ ପ୍ରତି ବର୍ଷ କରାଯାଥାଏ । ଜଳପଥ ଦେଇ ଉପକୁଳକୁ ଶତ୍ରୁ ଯେପରି ପ୍ରବେଶ କରିନପାରିବେ ସେନେଇ ସମସ୍ତ ବିଭାଗକୁ ସଚେତନ କରିବା ଏହି ସମରାଭ୍ଯାସର ମୂଳ ଲକ୍ଷ୍ୟ ବୋଲି କୁହଯାଇଛି । ବାହ୍ୟଶତ୍ରୁ କବଳରୁ କିପରି ଦେଶକୁ ରକ୍ଷା କାଯାଇପାରିବ ଓ ପାକୃତିକ ବିପର୍ଯୟ ସମୟରେ କିପରି ପରିସ୍ଥିତିକୁ ସାମ୍ନା କରିହେବ ତାହା ଏହି ଦୁଇଦିନିଆ ସମରଭ୍ୟାସରେ ଦେଖିବାକୁ ମିଳିଛି ।