ପଶ୍ଚିମବଙ୍ଗରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଉପ-ନିର୍ବାଚନ ପୂର୍ବରୁ ଜଣେ ଅଳ୍ପ ଜଣାଶୁଣା ବିଜେପି ନେତା ତଥା ଓକିଲ ପ୍ରିୟଙ୍କା ତିବ୍ରେୱାଲଙ୍କୁ ଭବାନୀପୁର ଆସନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନୋନୀତ କରାଯାଇଛି। ଜଣେ ବିଜେପି ନେତା କହିଛନ୍ତି ଯେ ତିବ୍ରେୱାଲ ରାଜ୍ୟରେ ବିଜେପିର ଯୁବ ୱିଙ୍ଗର ଉପ-ସଭାପତି ଏବଂ ଜଣେ ଓକିଲ, ଭାବେ ପୋଲ ହିଂସା ଉପରେ କଲିକତା ହାଇକୋର୍ଟରେ ବିଜେପିର ଆଇନଗତ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେଣୁ ମମତା ବାନାର୍ଜୀଙ୍କ ବିରୋଧରେ ତାଙ୍କୁ ଭବାନୀପୁରରୁ ଚୟନ କରିବା ସଠିକ ନିଷ୍ପତ୍ତି ଏବଂ ଦଳର କର୍ମୀଙ୍କ ମନୋବଳ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ। ଭାରତୀୟ ଜନତା ପାର୍ଟିର ଆଗାମୀ ନିର୍ବାଚନରେ ଭବାନୀପୁର ନିର୍ବାଚନମଣ୍ଡଳୀରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ବିରୋଧରେ ପୂର୍ବରୁ ଦୁଇଟି ନିର୍ବାଚନରେ ହାରିଥିବା ଯୁବ ନେତ୍ରୀ ପ୍ରିୟଙ୍କା ତିବ୍ରୁୱାଲଙ୍କୁ ଚୟନ ନିଷ୍ପତ୍ତିରେ ହୁଏତ କିଛି ଆଲୋଚନା ସମାଲୋଚନା ହୋଇପାରେ | କିନ୍ତୁ ପ୍ରିୟଙ୍କା ତିବ୍ରେୱାଲ ମମତା ବାନାର୍ଜୀଙ୍କ ବିରୋଧରେ ସିଧାସଳଖ ଟକ୍କର ଦେବାକୁ ସକ୍ଷମ ହେବେ ବୋଲି ଆଶା ରଖାଯାଇଛି । ସେପଟେ ମମତା ବାନାର୍ଜୀ ଙ୍କ ପାଇଁ ବାଇ-ପୋଲ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଜିତ ହାର ହିଁ ସିଏମ୍ ବାନାର୍ଜୀଙ୍କ ଭାଗ୍ୟ ସ୍ଥିର କରିବ । ୪୧ ବର୍ଷିୟା ବିଜେପି ଯୁବ ୱିଙ୍ଗର ଉପାଧ୍ୟକ୍ଷ ପ୍ରିୟଙ୍କା ତିବ୍ରୁୱାଲ ପେଶାରେ ଜଣେ ଆଇନଜୀବୀ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ କଲିକତା ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରି କଲିକତା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ତିବ୍ରେୱାଲ ଓକିଲାତି କରିଛନ୍ତି । ଡବ୍ଲୁବି ବିଧାନସଭା ନିର୍ବାଚନ ପରେ ଘଟିଥିବା ହିଂସା ସମ୍ପର୍କରେ ନିରପେକ୍ଷ ତଦନ୍ତ ପାଇଁ ସେ ଓକିଲାତି କରିବା ପରେ ତିବ୍ରୁୱାଲ ରାଜନୈତିକ ମୁଖ୍ୟ ସ୍ରୋତରେ ପ୍ରବେଶ କରିଥିଲେ। ଏହା ପରେ ଅଭିଜିତ୍ ସରକାରଙ୍କ ହତ୍ୟା ମାମଲାରେ ନ୍ୟାୟ ପାଇବା ପାଇଁ ସେ କଲିକତା ହାଇକୋର୍ଟଙ୍କ ନିକଟକୁ ଯାଇ ସିବିଆଇ ତଦନ୍ତ ତଥା ପୋଲ ପରବର୍ତ୍ତୀ ହିଂସା ମାମଲାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ ପାଇଁ କୋର୍ଟ ନିର୍ଦ୍ଦେଶ ପାଇବାରେ ସଫଳ ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ କ୍ୟାରିଅର । କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଆଇନ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବା ପରେ ତିବ୍ରୁୱାଲ ୨୦୧୪ ରେ ସେ ବିଜେପିରେ ଯୋଗ ଦେଇଥିଲେ। ପରେ ୨୦୨୦ ରେ, ତିବ୍ରେୱାଲ ପଶ୍ଚିମବଙ୍ଗରେ ବିଜେପିର ଯୁବ ୱିଙ୍ଗର ଉପ-ସଭାପତି ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସିଡ଼ି ଚଢ଼ି ଚାଲିଥିଲେ ପ୍ରିୟଙ୍କା । ଏବଂ ଚଳିତ ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେ ଏଣ୍ଟାଲୀରୁ ପ୍ରବେଶ କରିଥିଲେ ମଧ୍ୟ ୫୮୦୦୦ ଭୋଟ ବ୍ୟବଧାନରେ ଟିଏମସିର ପ୍ରାର୍ଥୀଙ୍କ ଠାରୁ ହାରି ଯାଇଥିଲେ। ତେବେ ଆସନ୍ତା ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଏବଂ ଏହି ନିର୍ବାଚନ ରେ କାହାକୁ ଭାଗ୍ୟ ସାଥ ଦେଉଛି ତାହା ଦେଖିବାକୁ ବାକି ରହିଲା ।
#PriyankaTibrewal #MamataBanerjee #Bhabanipurelection #NNSODIA