ଏନଏନଏସ୍: ଆଜିଠୁ ପାଣିରେ ଚାଲିବ ଟ୍ରେନ୍ । କେରଳ କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ । ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୦ଟି ଦୀପକୁ ଯୋଡିବ ଏହି ୱାଟା ମେଟ୍ରୋ ଟ୍ରେନ୍ । ଏଥିପାଇଁ ଖର୍ଚ୍ଚ ହୋଇଛି ୧୧୩୬ କୋଟିରୁ ଅଧିକ ଟଙ୍କା । ପାଣିରେ ମେଟ୍ରୋ ପରିଚାଳନାର କଳ୍ପନା କରିଥିଲେ କେନ୍ଦ୍ର ସରକାର, ଯାହା ଆଜି ସଫଳ ହୋଇଛି ।
ଏହି ମେଟ୍ରୋ ଟ୍ରେନ୍ ଆରାମଦାୟକ ଯାତ୍ରା ଯୋଗାଇବା ସହ ଯାତ୍ରୀଙ୍କୁ ସୁରକ୍ଷା ମଧ୍ୟ ଦେବ । ଏହି ମେଟ୍ରୋ ଟ୍ରେନ୍ ଗୁଡିକ ଏକ ପ୍ରକାର ଇଲେକ୍ଟ୍ରିକ୍ ବୋଟ୍, ଯାହା ଜାହଜ ଭଳି ପ୍ରସ୍ତୁତ ହୋଇଛି । ଯାତ୍ରୀମାନେ ଏହି ମେଟ୍ରୋ ଟ୍ରେନ୍ ରେ ବସି ବାହାରର ଦୃଶ୍ୟକୁ ଉପଭୋଗ କରିପାରିବେ । କୋଚିରେ ରହୁଥିବା ଲୋକମାନଙ୍କୁ କେବଳ ଏହି ସୁବିଧା ମିଳିବ ତାହା ନୁହେଁ ବରଂ ଏଠାକୁ ଆସୁଥିବା ହଜାର ହଜାର ପର୍ୟ୍ୟଟକ ମଧ୍ୟ ଏହି ୱାଟର ମେଟ୍ରୋ ଟ୍ରେନ୍ ର ମଜା ନେଇ ପାରିବେ ।