ଭୁବନେଶ୍ୱର(ଏନଏନଏସ୍): ଆଜିଠୁ ୪ଦିନିଆ ହିମାଚଳପ୍ରଦେଶ ଗସ୍ତରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆଜିଠୁ ୨୧ ତାରିଖ ଯାଏ ହିମାଚଳପ୍ରଦେଶରେ ରହିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆଜି ହିମାଚଳପ୍ରଦେଶରେ ପହଞ୍ଚିବା ପରେ ମାସୋବ୍ରା ଠାରେ ଏକ ତୁଳସୀ ଉଦ୍ୟାନର ଉଦଘାଟନ କରିବେ ରାଷ୍ଟ୍ରପତି । ସେଠାରୁ ତାଙ୍କ କନଭେନ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ମାଶୋବ୍ରରାକୁ ଯିବା ପରେ ସନ୍ଧ୍ୟା ୬ଟା ରେ ରାଜଭବନ ଶିମଲା ଠାରେ ରଷ୍ଟ୍ରପତିଙ୍କ ସମାରୋହ ଅନୁଷ୍ଟିତ ହେବ । ଏହାପରେ ଆସନ୍ତାକାଲି ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟ ଏବଂ ଅଡିଟର ଟ୍ରେନିଂ ଇନଷ୍ଟିଚୁ୍ୟଟରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ରଷ୍ଟ୍ରପତି ଯୋଗ ଦେବେ।
ରାଷ୍ଟ୍ରପତି ହେବା ପରେ ସେ ପ୍ରଥମ ଥର ପାଇଁ ଦେବ ଭୂମି ହିମାଚଳକୁ ଯାତ୍ରା କରିଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ରାଷ୍ଟ୍ରିୟ ନିୱାସ ପଂଚାୟତ ସଜେଇ ହେବା ସହ ମାସୋବ୍ରା ଠାରୁ ଶିମଲା ପର୍ୟ୍ୟନ୍ତ ସବୁ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ରାଜ ଭବନରେ ଏକ ରାତ୍ରୀ ଭୋଜନ ମଧ୍ୟ କରାଯିବ। ଏହି ସମୟରେ ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବାର ଆୟୋଜନ କରାଯାଇଛି ।