ପୁରୀ(ଏନଏନଏସ୍): ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ବାକି ରହିଲା ଆଉ କିଛି ଦିନ । ଆସନ୍ତା ୨୩ ତାରିଖ ରବିବାର ଦିନ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଏହି ଯାତ୍ରାରେ ୨୧ ଦିନ ଧରି ମହାପ୍ରଭୁ ନରେନ୍ଦ୍ରରେ ଚାପ ଖେଳିବେ । ଏହି ଚାପ ଖେଳରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଶ୍ରୀଦେବୀ, ଭୁଦେବୀ ଏବଂ ପଞ୍ଚୁପାଣ୍ଡବ ଦୁଇଟି ବିମାନରେ ବସି ନୌକା ବିହାର କରିଥାନ୍ତି ।
ଗତବର୍ଷ ଚନ୍ଦନ ଯାତ୍ରା ସରିବା ପରେ ବୁଡାଇ ଦିଆଯାଇଥିବା ସମସ୍ତ ଚାପଡଙ୍ଗାକୁ ଚୈତ୍ର ପୂର୍ଣ୍ଣିମା ଦିନ ନରେନ୍ଦ୍ର ପୁଷ୍କରିଣୀରୁ ଉପରକୁ କଢାଯାଇଥିଲା। ଚଳିତବର୍ଷ ଚନ୍ଦନ ଯାତ୍ରା ଲାଗି ଚାପଡଙ୍ଗାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମହାରଣା ଓ ଭୋଇ ସେବକ ମାନଙ୍କ ଦ୍ବାରା ମରାମତି କାର୍ୟ୍ୟ ଜାରି ରହିଛି। ପ୍ରାଥମିକ ପର୍ୟ୍ୟାୟରେ ନନ୍ଦା ଓ ଭଦ୍ରା ଚାପରେ ପଟା ବାଡିଆ ଚାଲିଥିବା ବେଳେ ଆଗକୁ ଅତି ଆକର୍ଷଣୀୟ ଭାବେ ସଜାଇବେ ମହାରଣା । ସେପଟେ ମହାପ୍ରଭୁଙ୍କ ଆଗମନକୁ ନେଇ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ।