ବହୁ ପ୍ରତୀକ୍ଷିତ ଫିଲ୍ମ “ଆଦିପୁରୁଷ”ର ରିଲିଜ୍ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ତିରୁପତି ଠାରେ ଏକ ବଡ ଇଭେଣ୍ଟରେ ଫିଲ୍ମର ଟ୍ରେଲର୍ ରିଲିଜ୍ କରାଯାଇଛି । ଏହି ଅବସରରେ ଫିଲ୍ମର ହିରୋ ପ୍ରଭାସଙ୍କ ବିବାହକୁ ନେଇ ଆଲୋଚନା କରାଯାଇଥିଲା । ଫ୍ୟାନ୍ସମାନେ ପ୍ରଭାସଙ୍କ ଭାଷଣ ସମୟରେ ତାଙ୍କ ବିବାହ ବିଷୟରେ ପ୍ରଶ୍ନ କରିଥିଲେ। ଉତ୍ତରରେ ପ୍ରଭାସ କହିଛନ୍ତି, ମୁଁ ତିରୁପତିରେ ବିବାହ କରିବି।
ଫିଲ୍ମ ‘ଆଦିପୁରୁଷ’ରେ ଅଭିନୟ କରୁଥିବା ପ୍ରଭାସ ଏବଂ କ୍ରିତି ସାନନ୍ ଦୀର୍ଘ ଦିନ ଏକାଠି ରୋମାଣ୍ଟିକ୍ ଯୋଡି ଭାବରେ ନଜର ଆସୁଛନ୍ତି । ଏନେଇ ଦର୍ଶକ ଉଭୟଙ୍କ ବିବାହକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ ଏ ବିଷୟରେ ଉଭୟ ଅସ୍ୱିକାର କରିଛନ୍ତି । କ୍ରିତି ଏହା ମଧ୍ୟ କହିଛନ୍ତି, “ୟହ ନ ତୋ ପ୍ୟାର୍ ହେ, ନ ହି ପିଆର। ତାଙ୍କର ଏହି ମଜାକ୍ ଦ୍ୱାରା ଅନେକ ଗୁଜବ କଥା ଉଠିଛି । ଏନେଇ କ୍ରିତି କହିଛନ୍ତି ବିବାହକୁ ନେଇ କିଏ ମିଥ୍ୟା ତାରିଖ ଘୋଷଣା କରୁ କିମ୍ବା କିଛି ମିଥ୍ୟା କଥା ପ୍ରଚାର ହେଉ ତାହା ମୁଁ ବିଲକୁଲ୍ ଚାହେଁନି ।
ଚଳଚ୍ଚିତ୍ର ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ‘ଆଦିପୁରୁଷ’ ପ୍ରଥମେ ହିନ୍ଦୀରେ ସୁଟିଂ କରାଯିବା ପରେ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ଼ରେ ଭାଷାରେ ଏହାର ନାମକରଣ କରାଯାଇଛି ।