ଭୂମିକମ୍ପରେ ଥରିଲା ଜାପାନ। ଉତ୍ତର-ପୂର୍ବ ଜାପାନରେ ବୁଧବାର ରାତିରେ ଅନୁଭୂତ ହୋଇଛି ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ବୋଲି ଜଣାପଡିଛି । ଶକ୍ତିଶାଳି ଭୂମିକମ୍ପରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 90 ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିସହ ଜାପାନର ପୂର୍ବବର୍ତ୍ତୀ ଅଞ୍ଚଳଗୁଡ଼ିକୁ ସୂନାମି ପାଇଁ ସତର୍କ ସୂଚନା ଦିଆଯାଇଛି ।ବିଶେଷକରି ସମୁଦ୍ରରେ ୧ ମିଟର ପର୍ଯ୍ୟନ୍ତ ଉଚ୍ଚରେ ଜୁଆର ଆସିବାର ସମ୍ଭା ରହିଥିବା ଅଧିକାରୀମାନେ ଆକଳନ କରିଛନ୍ତି |
ଫୁକୁସୀମା ଅଞ୍ଚଳ ଉପକୂଳର ୬୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି । ଏହି ଅଞ୍ଚଳ ଉତ୍ତର ପୂର୍ବ ଜାପାନର ଏକ ଅଂଶ | ସେହିପରି ଭୂକମ୍ପ ଯୋଗୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ରାଜଧାନୀ ଟୋକିଓ ଅନ୍ଧାର ହୋଇ ପଡ଼ିଥିବା ବେଳେ ୨୦ ଲକ୍ଷ ଲୋକ ଅନ୍ଧାରରେ ଅଛନ୍ତି । ଜାପାନରେ ଭୂକମ୍ପ ଯୋଗୁଁ ଏକ ବୁଲେଟ୍ ଟ୍ରେନ୍ ମଧ୍ୟ ଟ୍ରାକରୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି | କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି |
ସୂଚନା ଯୋଗ୍ୟ ଯେ, ତେବେ ୨୦୧୧ରେ ଫୁକୁସୀମା ଅଞ୍ଚଳରେ ୯ ରିକ୍ଟର ସ୍କେଲରେ ଭୂକମ୍ପ ହୋଇଥିଲା | ଏହା ପ୍ରଭାବରେ ସୁନାମି ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।ଏଥିରେ ୧୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଫୁକୁସୀମା ଆଣିବିକ ପ୍ଳାଣ୍ଟ ର ଗୁରୁତର କ୍ଷତି ହୋଇଥିଲା ।