କେନ୍ଦ୍ରାପଡା ସଦର ଥାନା ଏଣ୍ଡର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସନ୍ଦେହଜନକ ଅବସ୍ଥାରେ ପଡିଥିବା ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଜବତ କରିଛି । ମୃତକ ହେଲେ ଏଣ୍ଡର ଗାଁର ଦୋଳଗୋବିନ୍ଦ । ଗୋପଛକରେ ଥିବା ଅମ୍ବିକା ହୋଟେଲ ମାଲିକ ଓ ତାଙ୍କ ସହଯୋଗୀ ସୋମବାର ବିଳମ୍ବିତ ରାତିରେ ଦୋଳଗୋବିନ୍ଦଙ୍କ ମୃତଦେହକୁ ବାଇକ ଯୋଗେ ଏଣ୍ଡର ଗାଁରେ ଥିବା ତାଙ୍କ ଘରକୁ ଆଣିଥିଲେ । ମାଡମାରି ଦୋଳଗୋବିନ୍ଦଙ୍କୁ ମାରିଦେଇଥିବା ପରିବାର ଲୋକେ ଓ କଂସାର ପଞ୍ଚାୟତର ସରପଞ୍ଚ ଅଭିଯୋଗ କରିଛନ୍ତି । ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବାକୁ ଦାବି କରିଛନ୍ତି ସରପଞ୍ଚ । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗିରହିଛି । ପୋଲିସ ହୋଟେଲ ମାଲିକ ଶଙ୍କର୍ଷଣ ଓ ଆଉଜଣେ ସହଯୋଗୀଙ୍କୁ ଏଣ୍ଡର ଗାଁରୁ ଉଠାଇ ନେଇ ଅଟକ ରଖିଛି । ଦୋଳଗୋବିନ୍ଦ ଦିର୍ଘଦିନ ଧରି କେନ୍ଦ୍ରାପଡା ସଦର ଥାନା ଅଞ୍ଚଳର ଗୋପ ଛକରେ ଥିବା ଅମ୍ବିକା ହୋଟେଲରେ ବାସନ ମାଜି ଜୀବିକା ନିର୍ବାହ କରୁଥିଲେ । ସୁସ୍ଥସବଳ ଥିବା ଦୋଳ ଗୋବିନ୍ଦଙ୍କର ଅମ୍ବିକା ହୋଟେଲରେ କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ଫଳରେ ହୋଟେଲର ମାଲିକ ଶଙ୍କର୍ଷଣ ଓ ତାଙ୍କ ସହଯୋଗୀ ସୋମବାର ବିଳମ୍ବିତ ରାତିରେ ଦୋଳଗୋବିନ୍ଦଙ୍କ ମୃତଦେହକୁ ବାଇକ ଯୋଗେ ଏଣ୍ଡର ଗାଁରେ ଥିବା ତାଙ୍କ ଘରକୁ ଆଣିଥିଲେ । ହୋଟେଲ ମାଲିକ ମାଡମାରି ଦୋଳଗୋବିନ୍ଦଙ୍କୁ ମାରି ଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଉତ୍ୟକ୍ତ ଲୋକେ ଶଙ୍କର୍ଷଣ ଓ ତାଙ୍କ ସହଯୋଗୀଙ୍କୁ ଗାଁରେ ଅଟକ ରଖି ସଦର ଥାନା ପୋଲିସକୁ ଖବର ଦେଇଥିଲେ । ରାତି ପ୍ରାୟ ୧୨ଟାରେ ପୋଲିସ ଏଣ୍ଡର ଗାଁରେ ପହଞ୍ଚି ଗାଲୋକଙ୍କ ଦ୍ବାରା ଅଟକ ଥିବା ହୋଟେଲ ମାଲିକ ଓ ତାଙ୍କ ସହଯୋଗୀଙ୍କୁ ଉଠାଇ ନେଇଯାଇଥିଲା ।