ପୌର ନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ନଗର ଓ ସହର । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି | ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ଅଞ୍ଚଳରେ ପ୍ରଚାରେ କମ୍ପୁଛି ସହର | ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର କରୁଛନ୍ତି ନେତା ଓ ପ୍ରାର୍ଥୀ । ଶାସକ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେଉଥିବା ଦେଖିବାକୁ ମିଳୁଛି ।
ଚଳିତ ଥର ପୌର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ସିଧାସଳଖ ହେଉଥିବାରୁ ଭୁବନ ଏନ.ଏ.ସିର ଅଧ୍ୟକ୍ଷ ପ୍ରାର୍ଥୀମାନେ ନିର୍ବାଚନ ଜିତିବା ପାଇଁ ଜୋରସୋରରେ ଲାଗିପଡିଛନ୍ତି | କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଯୁବନେତା ବିନୋଦ ମହାରଣା ନିର୍ବାଚନ ଲଢ଼ୁଛନ୍ତି । ସେ ଦଳୀୟ କର୍ମୀଙ୍କୁ ନେଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ସହିତ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଲାଭ କରୁଥିବା ଦେଖିବାକୁ ମିଳୁଛି | କଂଗ୍ରେସ ପାର୍ଥି ବିନୋଦ ମହାରଣା ବାତ୍ୟା ହେଉ ଅବା ବନ୍ୟା ଏପରିକି ମହାମାରୀ କରୋନା ସମୟରେ ଗରିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରି ଜଣେ ଯୁବ ସମାଜସେବୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଗାମୀ ଦିନରେ ସେ ନିର୍ବାଚନ ଜିତିଲେ ଭୁବନ ଏନ.ଏ.ସିକୁ ଏକ ସରସ ସୁନ୍ଦର ସହର ଭାବେ ଗଢି ତୋଳିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।