ନିର୍ବାଚନ ସମୟରେ ନେତାମାନେ ଅନେକ ପ୍ରତିଶୃତି ଦେଇଥାନ୍ତି | ମୁ ଜିତିଲେ ଅଞ୍ଚଳର ଏମିତି ବିକାଶ କରିବି, ଲୋକଙ୍କ ସେବା କରିବି ଅନେକ କିଛି | କିନ୍ତୁ ନିର୍ବାଚନ ଜିତିବା ପରେ ପ୍ରତିଶୃତି ପାଣିର ଗାର ହୋଇ ରହିଯାଏ | ଆଉ ହାରିବା ପ୍ରାର୍ଥୀଙ୍କ କଥା ନକହିବା ଭଲ | ସେ କୁହନ୍ତି ମତେ ତ ଭୋଟ ଦେଲନି ଆଉ ପ୍ରତିଶୃତି କଣ ? ଯାହାକୁ ଭୋଟ ଦେଇ ଜିତାଇଛ ତାଙ୍କ ଆଗରେ ଗୁହାରି କର | କିନ୍ତୁ ଆଜି ଆମେ ଏମିତି ଜଣେ ନେତାଙ୍କ ବିଷୟରେ କହିବୁ ସେ ନିର୍ବାଚନରେ ତ ହାରିଗଲେ ହେଲେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଭୁଲିଲେନି | ମାଲକାନଗିରି ପୈାରପାଳିକା ପାଇଁ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଥିବା କଂଗ୍ରେସ ଦଳର ଜି.ଶ୍ରୀନିବାଶ ରାଓ ନିର୍ବାଚନରେ ପରାଜିତ ହୋଇଥିଲେ, କିନ୍ତୁ ନିଜର ନିର୍ବାଚନୀ ପ୍ରଚାର ସମୟରେ ବିଭିନ୍ନ ଓ୍ବାର୍ଡରେ ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ଏବେ ପୂରଣ କରୁଛନ୍ତି।
ପୈାର ନିର୍ବାଚନର ଫଳାଫଳ ଗତ ୨୬ ତାରିଖରେ ପ୍ରକାଶ ପାଇଥିଲା। ଏଥିରେ ମାଲକାନଗିରି ପୈାରପାଳିକା ପାଇଁ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଥିବା କଂଗ୍ରେସ ଦଳର ଜି.ଶ୍ରୀନିବାଶ ରାଓ ବିଜେଡି ପ୍ରାର୍ଥୀଙ୍କଠାରୁ ୧୨୭୫ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ | କିନ୍ତୁ ଶ୍ରୀ ରାଓ ନିଜର ନିର୍ବାଚନୀ ପ୍ରଚାର ସମୟରେ ବିଭିନ୍ନ ଓ୍ବାର୍ଡରେ ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ଏବେ ପୂରଣ କରୁଛନ୍ତି। ଓ୍ବାର୍ଡ ନଂ ୯ ଢମଣାକାଟାବାସୀ ଦୀର୍ଘ ଦିନ ଧରି ପାନୀୟଜଳ ସମସ୍ୟାର ସମ୍ମୁଖୀନ ହେଉଥିଲେ। ମୁଁ ଜିତିଲେ ଏ ଅଞ୍ଚଳରେ ଏକ ନଳକୂଅ ବସାଇବି ବୋଲି ଶ୍ରୀ ରାଓ ଓରଫ ଚିଟ୍ଟି ଭାଇ ପ୍ରତିଶୃତି ଦେଇଥିଲେ। ତାହା ସେ ଏବେ ପୂରଣ କରିଛନ୍ତି | ଖାଲି ଏତିକି ନୁହେଁ ମାଲକାନଗିରି ଜିଲ୍ଲାର ୧୯ଟି ଓ୍ବାର୍ଡରେ ଦେଇଥିବା ସବୁ ପ୍ରତିଶୃତିକୁ ପୂରଣ କରିବା ପାଇଁ ଚେଷ୍ଟା କରିବି ବୋଲି ସେ କହିଛନ୍ତି ।