ପାପଡାହାଣ୍ଡି ବ୍ଲକ ସୋରିଷ ପଦର ନିକଟରେ କାଲି ସନ୍ଧ୍ୟାରେ କୋସାଗୁମୁଡା ନିର୍ବାଚନ କାର୍ଯ୍ୟକୁ ଯୋଗ ଦେବାକୁ ଯାଉଥିବା ସମୟରେ ଏକ ମିନି ବସ ଓଲଟି ପଡିଥିଲା | ଏହି ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 20 ରୁ ଉର୍ଦ୍ଧ ଆହତ ହୋଇଛନ୍ତି | ଆହତମାନଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତି କରାଯାଇଛି | ସୂଚନା ମୁତାବକ ନବରଙ୍ଗପୁର ଆରୋ ରୁ କୋଷାଗୁମୁଡା ଯାଉଥିବା ଏକ ପୋଲିସ ଭେନ (OD 05 k 0105) ସୋରିଷପଦର ନିକଟରେ ଓଲଟି ପଡିଥିଲା | ଖବର ପାଇ ପାପଡାହାଣ୍ଡି ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରିଛନ୍ତି |