<h3><strong>ମାଓବାଦୀଙ୍କ ଉପରେ ଏୟାର ଷ୍ଟ୍ରାଇକ । ଭୟଭୀତ ମାଓ ସଂଗଠନ । ମାଓ ଦମନ ପାଇଁ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ବେଳେ ବର୍ତ୍ତମାନ ଏୟାର ଷ୍ଟ୍ରାଇକ ଭଳି ଉପାୟ ମଧ୍ୟ ଅବଲମ୍ବନ କରାଯାଇଛି । ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ମାଓ ଜନାଲ କମିଟିର ଅଧ୍ୟକ୍ଷ ବିକଳ୍ପ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଏହି ଘଟଣା ସମ୍ବନ୍ଧରେ ଅବଗତ କରିଛନ୍ତି | </strong></h3> https://youtu.be/C8PFH6wL7Es <h3><strong>ତାଙ୍କ କହିବା ଅନୁସାରେ ଗତ ଏପ୍ରିଲ ୧୪ ଏବଂ ୧୫ ତାରିଖରେ ମାଓବାଦୀଙ୍କ ଦମନ ନିମନ୍ତେ ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆକାଶ ମାର୍ଗରୁ ମାଓବାଦୀଙ୍କ ଶିବିର ଉପରେ ଆକ୍ରମଣ କରାଯାଇଥିଲା | କିଟମ୍, ରାସମ, ଏରାମ, ସକିଲେର, ମାଡପା, ଦୁଲେଡ, କୋଟାମାର୍କା, କଟମନଗୁମ୍, ଆଦି ଗ୍ରାମ ଗୁଡିକରେ ଏହି ଦୁଇଦିନରେ ଆକାଶ ମାର୍ଗରୁ ରାତି ୧ ଘଣ୍ଟା ରୁ ୨ ଘଣ୍ଟା ମଧ୍ୟରେ ୫୦ରୁ ଉର୍ଦ୍ଧ୍ବ ବୋମା ଫିଙ୍ଗିଥିବା ମାଓ ସଙ୍ଗଠନ ଅଭିଯୋଗ କରିଛନ୍ତି | ତେବେ ଏହି ବୋମାମାଡ ଦ୍ୱାରା ମାଓ ସଙ୍ଗଠନର କୌଣସି କ୍ଷତି ହୋଇ ନଥିବା ସେ କହିଛନ୍ତି | ଏହି ଅଞ୍ଚଳର ବହୁ ଗ୍ରାମବାସୀ ଆତଙ୍କିତ ହୋଇ ପଡିଥିବା ବେଳେ ସଂରକ୍ଷିତ ଜଙ୍ଗଲ ଗୁଡିକ ମଧ୍ୟ ନଷ୍ଟ ହୋଇଛି ବୋଲି ଅଭିଯୋଗ କରିଛନ୍ତି | ମାଓ ଦମନ ନାମରେ ଏଭଳି ଆକାଶ ମାର୍ଗରୁ ଆକ୍ରମଣକୁ ସେ ନିନ୍ଦା କରିବା ସହ ଆଗାମୀ ଦିନରେ ସଙ୍ଗଠନ ପକ୍ଷରୁ ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ତେବେ ମାଓ ସଂଗଠନ ପକ୍ଷରୁ ଏଭଳି ପ୍ରେସ ବିଜ୍ଞପ୍ତୀ ଜାରି କରାଯାଇଥିବା ବେଳେ ଏହାକୁ ନେଇ ମାଓବାଦୀମାନେ ମଧ୍ୟ ଏକ ପ୍ରକାର ଭୟଭୀତ ହୋଇଥିବା ଅନୁମାନ କରାଯାଉଛି ।</strong></h3>