ଭୁବନେଶ୍ୱର(ଏନଏନଏସ୍): ମେ ୨୮ ମଧ୍ୟାହ୍ନ ୧୨ଟାରେ ନବନିର୍ମିତ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ସକାଳୁ ବିଧିବଦ୍ଧ ଭାବେ ପୂଜାପାଠ ଆରମ୍ଭ କରାଯିବ । ନୂଆ ସଂସଦ ଭବନ ନିର୍ମାଣ ପାଇଁ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ନୂଆ ସଂସଦ ଭବନରେ ଅନେକ ପ୍ରକାରର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏହାର ହଲରେ ୧୨୨୪ ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ନୂତନ ସଂସଦ ଭବନ ଉଦଘାଟନ ପାଇଁ ସାମ୍ନାକୁ ଆସିଛି ନିମନ୍ତ୍ରଣ ପତ୍ର । ନିମନ୍ତ୍ରଣରେ ଉଲ୍ଲେଖ ରହିଛି ମେ ୨୮ ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ନୂଆସଂସଦ ଭବନର ଉଦଘାଟନ କରିବେ । କାର୍ଡରେ ନୂଆ ସଂସଦ ଭବନର ଫଟୋଚିତ୍ର ମଧ୍ୟ ଉଲ୍ଲେଖ ରହିଛି । ଏନେଇ ସମସ୍ତ ଅତିଥିଙ୍କୁ ୧୧.୩୦ ସୁଦ୍ଧା କାର୍ୟ୍ୟକ୍ରମସ୍ଥଳରେ ପହଞ୍ଚିବା ପାଇଁ କୁହାଯାଇଛି ।