ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ମୋଦି | ଚାପମୁକ୍ତ ପରୀକ୍ଷା ପାଇଁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ‘ପରୀକ୍ଷା ପେ ଚର୍ଚା’ କାର୍ଯ୍ୟକ୍ରମରେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ମୋଦି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ପର୍ବପର୍ବାଣି ମଧ୍ୟରେ ପରୀକ୍ଷା ହୋଇଥାଏ | ଏହି କାରଣରୁ, ପିଲାମାନେ ପର୍ବପର୍ବାଣୀକୁ ଉପଭୋଗ କରିପାରନ୍ତି ନାହିଁ | କିନ୍ତୁ ପିଲାମାନେ ଯଦି ପରୀକ୍ଷାକୁ ଏକ ପର୍ବ ଭାବେ ଭାବିବାକୁ ଆରମ୍ଭ କରନ୍ତି ତାହେଲେ ପରୀକ୍ଷାର ମଜା ନେଇପାରିବେ | ସେ ଆହୁରି ମଧ୍ୟ କହିଛନ୍ତି, ‘ଆପଣମାନେ ଭାବନ୍ତୁ ଯେ, ପରୀକ୍ଷା ଜୀବନର ଏକ ସହଜ ଅଂଶ । ଆମର ବିକାଶ ଯାତ୍ରାରେ ଏଗୁଡ଼ିକ ହେଉଛି ଛୋଟ ପଦକ୍ଷେପ | ଆମେ ପୂର୍ବରୁ ଅନେକ ଥର ପରୀକ୍ଷା ଦେଇଛୁ | ଯେତେବେଳେ ଏହି ଆତ୍ମବିଶ୍ୱାସ ମନରେ ସୃଷ୍ଟି ହୁଏ, ତେବେ ଏହି ଅଭିଜ୍ଞତା ଆଗାମୀ ପରୀକ୍ଷା ପାଇଁ ତୁମକୁ ଶକ୍ତି ପ୍ରଦାନ କରିଥାଏ |
ଅନଲାଇନ୍ ରେ ପଢିବା ବେଳେ ପାଠରେ ମନ ଲାଗୁନି ଏକ ଛାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମୋଦି କହିଛନ୍ତି , ‘ଯେତେବେଳେ ଆପଣ ଅନଲାଇନରେ ପାଠ ପଢ଼ନ୍ତି, ଆପଣ ପ୍ରକୃତରେ ପାଠ ପଢ଼ନ୍ତି ନା ରିଲ୍ ଦେଖନ୍ତି? ଦୋଷ ଅନଲାଇନ୍ କିମ୍ବା ଅଫଲାଇନ୍ ର ନୁହେଁ | ଅନେକ ଥର ଆପଣ ଶ୍ରେଣୀଗୃହରେ ତ ଥିବେ ହେଲେ ମନ ଅନ୍ୟ କେଉଁଆଡେ ବୁଲୁଥିବ | ଶିକ୍ଷକକଙ୍କ ଗୋଟିଏ ଶବ୍ଦ ବି ଆପଣଙ୍କ ମୁଣ୍ଡରେ ପାଶୁନଥିବ | ଅଫଲାଇନରେ ଘଟୁଥିବା ଜିନିଷଗୁଡ଼ିକ ମଧ୍ୟ ଅନଲାଇନରେ ଘଟେ | ଏହାର ଅର୍ଥ ହେଉଛି ମାଧ୍ୟମ ସମସ୍ୟା ନୁହେଁ, ମନ ହେଉଛି ସମସ୍ୟା | ଯଦି ମନ ଏଥିରେ ସଂପୂର୍ଣ୍ଣ ଭାବେ ବୁଡ଼ିଯାଏ, ତେବେ ଅନଲାଇନ୍ କିମ୍ବା ଅଫଲାଇନ୍ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ |
‘ପରୀକ୍ଷା ପେ ଚର୍ଚା’ ର ଆଜି ପଞ୍ଚମ ସଂସ୍କରଣ ସମାପ୍ତ ହୋଇଛି | ନୂଆଦିଲ୍ଲୀର ଟକାଟୋରା ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି ଅବସରରେ ମୋଦୀଙ୍କ ସହ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ପ୍ରାୟ ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀ, ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ, ଅଭିଭାବକମାନେ ଉପସ୍ଥିତ ଥିଲେ |