ଭାରତୀୟ ଜନତା ପାର୍ଟି ପରିବାରବାଦ ରାଜନୀତିକୁ ବିରୋଧ କରେ । ଯଦି ସାଂସଦଙ୍କ ପିଲାମାନଙ୍କୁ ଟିକେଟ୍ ନ ଦେବା ପାପ, ତେବେ ମୁଁ ଏହି ପାପ କରିଛି | ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହି କଥା କହିଛନ୍ତି | ସେ କହିଛନ୍ତି, ଯଦି କାହାକୁ ଟିକେଟ୍ ଦିଆଯାଇନି ସେଥିପାଇଁ ମୁଁ ଦାୟୀ | ଏହା ସତ୍ବେ ମଧ୍ୟ ଆପଣମାନେ ମୋ ସହିତ ଥିବାରୁ ମୁ ଧନ୍ୟବାଦ ଜଣାଉଛି |
ବିଜେପି ସଂସଦୀୟ ଦଳ ବୈଠକରେ ମୋଦି କହିଛନ୍ତି ଯେ, ଗଣତନ୍ତ୍ର ପାଇଁ ପରିବାରବାଦ ବିପଦ | ତେଣୁ ଏହା ବିରୋଧରେ ଆମକୁ ଲଢ଼ିବାକୁ ହେବ। ଗଣତନ୍ତ୍ରର ସୁରକ୍ଷା ପାଇଁ ଏହି ଲଢେଇରେ ଦଳର ସମସ୍ତ ସଦସ୍ୟଙ୍କୁ ବଂଶବାଦର ରାଜନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଡିବ | ମୋଦି ଆହୁରି ମଧ୍ୟ କହିଛନ୍ତି, ‘ଯଦି ଆମେ ଅନ୍ୟ ଦଳର ପରିବାରବାଦ ବିରୋଧରେ ସ୍ୱର ଉତ୍ତୋଳନ କରୁଛୁ, ତେବେ ଏହାକୁ ଆମ ଦଳରେ ମଧ୍ୟ ବିଚାର କରାଯିବା ଉଚିତ୍ | ବଂଶବାଦ ରାଜନୀତି ପାଇଁ ଅନ୍ୟ ଦଳ ଅଛି |
୫ ରାଜ୍ୟ ନିର୍ବାଚନରେ ବିଜେପିକୁ କିଛି ଆସନରେ ହାରିବାକୁ ପଡିଛି ଜ୍ଝ ତେବେ ବିଜେପି ପ୍ରାର୍ଥୀ ସେଠାରେ କାହିଁକି ହାରିଲେ ତାହା ଆକଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ସାଂସଦଙ୍କୁ କହିଛନ୍ତି। ମୋଦି ସାଂସଦମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ନିଜ ନିଜ ଅଞ୍ଚଳରେ ବିଜେପି ହାରି ଯାଇଥିବା ୧୦୦ ଟି ବୁଥକୁ ଆକଳନ କରିବା ଦରକାର | ଏବଂ କାହିଁକି ଦଳ ହାରିଲା ସେ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବା ଉଚିତ | ଫଳରେ ସେହି ପରାଜୟର କାରଣଗୁଡିକ ଚିହ୍ନଟ କରାଯାଇ ଆଗକୁ ସଂଶୋଧନ କରାଯାଇପାରିବ ବୋଲି କହିଛନ୍ତି ମୋଦି ।